ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ

0

ନୂଆଦିଲ୍ଲୀ ତା ୧୨. ୧୦.ରିଖ ; ନୂଆଦିଲ୍ଲୀ ଠାରେ ନିକଟରେ ପିତୃ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ହାଉଜ଼ଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ମହାକାଂକ୍ଷା ୱେଲ୍‌ଫେୟାର ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି ଭବ୍ୟ ଉତ୍ସବରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିବା ଦେଖା ଯାଇଥିଲା। ପିତୃପୁରୁଷଙ୍କର ସଦ୍‌ଗତି, ସ୍ୱର୍ଗପ୍ରାପ୍ତି ଓ ମୋକ୍ଷ କାମନା କରି ‌ଫାଉଣ୍ଡେସନର ପ୍ରତିଷ୍ଠାତା ଦମ୍ପତି ପୁଷ୍ପାଞ୍ଜଳି ବାରିକ ଓ ବିମଳ ଭଳଙ୍କର ତତ୍ତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମ ଭକ୍ତିପୂତ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା। ପିତୃପକ୍ଷ ଅବସରରେ ଏହି ଦମ୍ପତି ବିହାରର ମୁଖଗୟାଠାରେ ପିତୃକୁଳ, ମାତୃକୁଳ, ମାତୁଳକୁଳ ଏବଂ ଶ୍ୱଶୁରକୁଳର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବିଷ୍ଣୁପାଦ ମନ୍ଦିର, ଫାଲଗୁ ନଦୀ ଓ ଅକ୍ଷୟବଟ ଠାରେ ପିଣ୍ଡଦାନ କରିଥିଲେ।
ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ଏହି ଅବସରରେ ଉପସ୍ଥିତ ଦୁଇଜଣ ଗୃହତ୍ୟାଗି ସନ୍ନ୍ୟାସୀ ସନ୍ୟାସିନୀ ଦମ୍ପତ୍ତିଙ୍କର ପାଦପୂଜା କରାଯାଇ ସେମାନଙ୍କୁ ବସ୍ତ୍ର ଉପହାର ଦିଆଯାଇଥିଲା। ସେହିପରି ଦୁଇଜଣ ବ୍ରାହ୍ମଣ ଓ ଦୁଇଜଣ ମହିଳା ବ୍ରାହ୍ମଣଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଇ ବସ୍ତ୍ର ଉପହାର ପ୍ରଦାନ କରାଯାଇଥିଲା।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ କୁଳମଣି ବିଶ୍ୱାଳ, ଦେବେନ୍ଦ୍ର ମାଝୀ, ଇଞ୍ଜିନିୟର ଅକ୍ଷୟ ସାମଲ, ମନୋଜ ସାହୁ ‌, ଡା. ବିନାୟକ ପ୍ରସାଦ, ଦିଲୀପ ମହାନ୍ତି, ପବନ ଜେନ୍‌, ଉପାଲି ଅପରାଜିତା ରଥ,ବିଭୁପ୍ରସାଦ ସାହୁ, ବିପିନ ଦଳାଇ, ଗୋବର୍ଦ୍ଧନ ଧଳ , ରୀତା ପାତ୍ର,ସରିତା ମହାପାତ୍ର ,ଗୁରୁଚରଣ ପୋହି, ଅଜୟ ବେହେରା, ସୁଶାନ୍ତ ସାହୁ, ମଧୁ ଦାସ, ଅର୍ଚ୍ଚନା ପରିଡ଼ା, ଚକ୍ରପାଣି ପରିଡ଼ା, ସ୍ୱପ୍ନା ଜେନା, ସୁମନ୍ତ ବିଶ୍ୱାଳ, ସବିତା ପାତ୍ର, ପ୍ରତାପ ସାହୁ, ସରୋଜ ପାଣିଗ୍ରାହୀ, ମହମଦ ଜମାନ, ପ୍ରଦୀପ ପାତ୍ର,ଅଶୋକ ରାଉଳ ଏବଂ ସୁଧାଂଶୁ ନାୟକ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଅତିଥିମାନଙ୍କୁ ସ୍ୱାଗତ କରି ପୁଷ୍ପାଞ୍ଜଳି ବାରିକ, ପିତୃପୁରୁଷଙ୍କ ପାଇଁ ଆମେ କରୁଥିବା ପ୍ରାର୍ଥନା କେବଳ ଆମ ପୂର୍ବଜଙ୍କ ପାଇଁ ନୁହେଁ, ଏହା ଆମ ନିଜ ପାଇଁ ମଧ୍ୟ ଉଦ୍ଦିଷ୍ଟ ବୋଲି ଦର୍ଶାଇଥିଲେ । ଜନ୍ମ ଓ ମୃତ୍ୟୁର ଚକ୍ରରେ ଜୀବନ ନିରନ୍ତର ଆଗେଇ ଚାଲିଥାଏ।। ଯେଉଁ ପୂର୍ବଜ ନାହାନ୍ତି ସେଇମାନେ ଆମ୍ଭମାନଙ୍କ ମଧ୍ୟରେ ପୁନ୍ନର୍ଜନ୍ମ ପାଇସାରିଛନ୍ତି ।ତେଣୁ ପିତୃପୁରୁଷଙ୍କୁ ସ୍ମରଣ କରିବା ଓ ସେମାନଙ୍କ ମଙ୍ଗଳ କାମନା କରିବା ଅର୍ଥ ନିଜ ପାଇ‍୍ଁ ପ୍ରାର୍ଥନା କରିବା ।ଏହି ଦୃଷ୍ଟିରୁ ପିତୃ ମହୋତ୍ସବ କେବଳ ତାଙ୍କ ନିଜ ପରିବାରର ନୁହେଁ ବରଂ ସମସ୍ତଙ୍କର ବୋଲି ଶ୍ରୀମତୀ ବାରିକ ପ୍ରକାଶ କରିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ‘ସୁରମାଲହାର’ ପକ୍ଷରୁ ସନ୍ତୋଷ କୁମାର ରାଉତଙ୍କ ସହ ପ୍ରବୀର ମଲ୍ଲ, ପ୍ରଦୀପ ପ୍ରଧାନ, ଯଶୋମତୀ ସାହୁ, ଶରତ ଶର୍ମା ଓ ‘ସ୍ୱର ସମର୍ପଣ’ ତରଫରୁ ଆଚାର୍ଯ୍ୟ ଅଭିମନ୍ୟୁ ଭଜନ ଓ ସଙ୍ଗୀତ ପରିବେଷଣ କରିଥିଲେ। ତାପରେ ମହାମନ୍ତ୍ର କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଧରିତ୍ରୀ ପାଣିଗ୍ରାହୀ ସଂଯୋଜନା କରିଥିଲେ।
ଏହି ଆୟୋଜନରେ ପରିବାର ଓ ବନ୍ଧୁବର୍ଗଙ୍କ ମଧ୍ୟରେ ସୁଶାନ୍ତ ଭଳ, ବିବେକ ଭଳ, ସୁପ୍ରିୟା ଭଳ, ବିଭୂପଦ ଭଳ, ବିଜୟଲକ୍ଷ୍ମୀ ଓ ଆଲିସା ଯୋଗଦେଇଥିଲେ। ବିମଳ ଭଳ ଧନ୍ୟବାଦ ଅର୍ପଣ କରିଥିଲେ। ମହୋତ୍ସବ ଶେଷରେ ଅତିଥି ଅଭ୍ୟାଗତ ମାନଙ୍କୁ ପ୍ରସାଦ ସେବନ ରେ ଆପ୍ୟାୟିତ କରାଯାଇଥିଲା ।

Leave A Reply

Your email address will not be published.