ଗଜପତି,୧୦.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବଡ଼ବ୍ରାହ୍ମଣସ୍ଥିତ ରାମସ୍ୱାମୀ ମଠ (ପାତ୍ରମଠ) ପରିସରରେ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମତା-୦୯.୧୦.୨୦୨୬ ରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ତା-୧୫.୧୦.୨୦୨୬ ରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭାଗବତ ପାରାୟଣ ଓ ପ୍ରବଚନ ଅନୁଷ୍ଠିତ ହେଉଛି।ଭାଗବତ ପାଠ, ପ୍ରବଚନ ଓ ଆଧ୍ୟାତ୍ମିକ ଆଲୋଚନା ମାଧ୍ୟମରେ ଭକ୍ତମାନଙ୍କୁ ଭଗବାନଙ୍କ ଲୀଳା, ଭକ୍ତି ଓ ଧର୍ମର ମହତ୍ତ୍ୱ ସମ୍ପର୍କରେ ଆଲୋଚନା ହେଉଛି।ବ୍ରହ୍ମପୁରର ଭାଗବତ ସୂର୍ଯ୍ୟ ବାବା ଶ୍ରୀ ରାଧାକାନ୍ତ ଦାସ ମହାରାଜ ପ୍ରବଚନ ପ୍ରଦାନ କରୁଛନ୍ତି।ଏହି ଅବସରରେ ବୃନ୍ଦାବନର ଶ୍ରୀଗୁରୁ ବାବା ଶ୍ରୀ ଯଶୋଦାନନ୍ଦନ ଦାସଜୀ ଓ ପୁରୀରୁ ଆସିଥିବା ଶ୍ରୀଗୁରୁ ମହନ୍ତ ଡଃ କୃଷ୍ଣ ଗୋବିନ୍ଦ ଦାସଜୀ ଶାସ୍ତ୍ରୀ ମହାରାଜଙ୍କ ଆଶୀର୍ବାଦ ଓ ସାନ୍ନିଧ୍ୟରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ସେହିପରି ବୃନ୍ଦାବନର ବାବା ଶ୍ରୀ ଅଦ୍ୱୈତ ଚରଣ ଦାସ ଜୀ ମହାରାଜ ପାରାୟଣ ବ୍ୟାସ ପାଠ କରୁଛନ୍ତି ଏବଂ ବୃନ୍ଦାବନରୁ ଆସିଥିବା ମହନ୍ତ ଶ୍ରୀ ସତ୍ୟହରି ଦାସଜୀ ଯୋଗ ଦେଇଛନ୍ତି।ଏହି ଆଧ୍ୟାତ୍ମିକ ଆୟୋଜନରେ ଯୋଗ ଦେଇ ଭଗବତ୍ କଥା ଶ୍ରବଣ କରିବା ସହ ପ୍ରଭୁଙ୍କ କୃପା ଲାଭ କରିବାକୁ ଭକ୍ତମାନଙ୍କୁ ଆହ୍ୱାନ କରାଯାଇଛି।ଏହି କାର୍ଯ୍ୟକ୍ରମର ଉଦ୍ୟୋକ୍ତା ବାଙ୍କବିହାରୀ ସାହୁ ଓ ତାଙ୍କ ପରିବାରବର୍ଗ ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.