ପୂର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

0

ଗଜପତି,୮.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକର ପୂର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କେ. ସୋମେସ୍ ରାଓଙ୍କୁ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଟି. କିଶୋରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଶ୍ରୀ ଏନ.ବୀରରାଜୁ , ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଏନ. ବିମଳ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱ ଶ୍ରୀ କେ. ସୋମେସ୍ ରାଓ ମଧ୍ୟ ମଞ୍ଚାସୀନ ହୋଇଥିବା ବେଳେ ଏହି ସମ୍ବର୍ଦ୍ଧନା ସମାରୋହରେ ରାଓଙ୍କ ପରିବାରବର୍ଗ ମଧ୍ୟ ଉପସ୍ଥିତ ଥିଲେ।ଏହି ଅବସରରେ ଅତିଥିମାନେ ଶ୍ରୀ ରାଓଙ୍କ ଦୀର୍ଘ ବର୍ଷର ନିଷ୍ଠାପର ସେବା ଓ ଶିକ୍ଷାକ୍ଷେତ୍ରରେ ଉଚ୍ଚ ଅବଦାନର ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷାଦାନ ସହ ସରଳ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଏବଂ ପ୍ରଶାସନିକ ସ୍ତରରେ ମଧ୍ୟ ସେ ସମସ୍ତଙ୍କ ନିକଟରେ ଆଦୃତ ହୋଇ ପାରିଥିଲେ ବୋଲି ଅତିଥିମାନେ ନିଜ ନିଜର ଅଭିଭାଷଣରେ ଦର୍ଶାଇଥିଲେ।ତାଙ୍କର ଅବସର ପରବର୍ତ୍ତୀ ଜୀବନ ସୁସ୍ଥ, ନିରାମୟ ଓ ସୁଖମୟ ହେଉ ବୋଲି ସମସ୍ତେ କାମନା କରିଥିଲେ।କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ସମସ୍ତ ସମ୍ବଳ ସାଧନ କେନ୍ଦ୍ରର ସଂଯୋଜକ/ସଂଯୋଜିକା, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀଗଣ ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସମ୍ବିତ ପଟ୍ଟନାୟକ, ପ୍ରମୋଦ ବିଶ୍ୱାଳ, ଜି. ମାଧବ ରାଓ, ସଙ୍ଗୀତା ପାତ୍ର, ସସ୍ମିତା ଜେନା, ରାଜେନ୍ଦ୍ର କୁମାର ପାଣି ଓ ବେଣୁ ଗୋପାଳ ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.