ରାଜପୁରରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ବିଜେପିରେ ଯୋଗଦାନ

0

ଝରିଗାଁ, ୦୮/୧୦(ନକୁଳ ଭତରା): ଝରୀଗାଁ ନିର୍ବାଚନ ମଣ୍ଡଳର ଉମରକୋଟ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମ ପଞ୍ଚାୟତରେ ଆଜି କଂଗ୍ରେସ ଦଳର କିଛି ବରିଷ୍ଠ କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ଓ ଜନକଲ୍ୟାଣକାରୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ସାମିଲ ହୋଇଥିବା କୁହାଯାଇଛି।
ଏହି ଅବସରରେ ବିଧାୟକଙ୍କ ବାସଭବନରେ ଏକ ସ୍ୱାଗତ ସମାରୋହ ଆୟୋଜିତ ହୋଇଥିଲା। ନୂତନ ଭାବେ ଦଳରେ ଯୋଗଦେଇଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଓ ଅଭିନନ୍ଦନ ଜଣାଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗରିବ ଓ ଆବଶ୍ୟକତାରେ ଥିବା ଲୋକଙ୍କ ପାଇଁ ଚାଲୁଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ଆୟୁଷ୍ମାନ ଭାରତ ଭଳି ସ୍ୱାସ୍ଥ୍ୟସେବା ଯୋଜନା ଏବଂ ଅନ୍ୟାନ୍ୟ ବିକାଶମୂଳକ ପଦକ୍ଷେପରେ ପ୍ରଭାବିତ ହୋଇ ସେମାନେ ବିଜେପିରେ ଯୋଗ ଦେଇଥିବା ଦଳୀୟ ସୂତ୍ରରୁ ପ୍ରକାଶ।
ଏହି ଯୋଗଦାନ କାର୍ଯ୍ୟକ୍ରମରେ ଝରିଗାଁ ବିଧାୟକ ନରସିଂହ ଭତରା, ବିଧାୟକ ପ୍ରତିନିଧି ଗଣପତି ସାହୁଙ୍କ ସମେତ ଦଳର ବହୁ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ନୂତନ ସଦସ୍ୟମାନଙ୍କ ଯୋଗଦାନ ଫଳରେ ରାଜପୁର ଅଞ୍ଚଳରେ ଦଳୀୟ ସଂଗଠନ ଆହୁରି ମଜବୁତ ହେବ ବୋଲି ଦଳୀୟ ନେତାମାନେ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.