ଧୋଡ୍ରା ମଣ୍ଡଳର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ ସାଂଗଠନିକ କାର୍ଯ୍ୟକଳାପ ଓ ଜନସେବା ନେଇ ଆଲୋଚନା

0

ଝରୀଗାଁ, ୬/୧୦ (ନକୁଳ ଭତରା): ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ମଣ୍ଡଳ ଭାରତୀୟ ଜନତା ପାର୍ଟି (ବିଜେପି)ର ନୂତନ କାର୍ଯ୍ୟାଳୟ ଗୃହ ଉଦ୍‌ଘାଟିତ ହୋଇଛି। ଝରୀଗାଁ ବିଧାୟକ ନରସିଂହ ଭତରା ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ଼ଙ୍କ ସମେତ ମଣ୍ଡଳର ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା, ଶକ୍ତିକେନ୍ଦ୍ର ପ୍ରମୁଖ ଓ ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ହରି ପୂଜାରୀ, ହନୁ ଗାଉଁଟିଆ, ଶିବରାମ ଭତ୍ରା, ସୁତମ୍ ମାଝୀ, ଡମ୍ବରୁ ନାୟକ, ସୁନ୍ଦର ଦାସ, ସୁଜାନ୍ ଭକ୍ତ, ଭଜନ କଳାର, ପୂର୍ଣ୍ଣଚନ୍ଦ୍ର ଭତ୍ରା, ମନୁରାମ ଭତରା, ବକ୍ର ମାଝୀ, ସୁକମନ ଭତ୍ରା, ନକୁଳ ଭତରା, ଖଗୋପତି ମାଝୀ, ଯୁଗ ପୂଜାରୀ, ମାନସିଂ ଭତ୍ରା ଓ ପ୍ରଦୀପ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟାଳୟ ଉଦ୍‌ଘାଟନ ପରେ ଏକ ସାଂଗଠନିକ ବୈଠକ ହୋଇଥିଲା। ଏଥିରେ ମଣ୍ଡଳସ୍ତରରେ ଦଳର ସାଂଗଠନିକ କାର୍ଯ୍ୟକଳାପକୁ ସୁଦୃଢ଼ କରିବା, ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସମନ୍ୱୟ ବଢ଼ାଇବା ଏବଂ ତୃଣମୂଳସ୍ତରରେ ସଂଗଠନକୁ ଅଧିକ ସକ୍ରିୟ କରିବା ନେଇ ଆଲୋଚନା ହୋଇଥିଲା। ଏଥିସହ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା, ଜନସାଧାରଣଙ୍କ ସହ ଯୋଗାଯୋଗ ବୃଦ୍ଧି ଓ ଜନସେବାମୂଳକ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ନେଇ ମତବିନିମୟ ହୋଇଥିଲା। ନୂତନ କାର୍ଯ୍ୟାଳୟ ମାଧ୍ୟମରେ ମଣ୍ଡଳସ୍ତରୀୟ ବୈଠକ, ସାଂଗଠନିକ କାର୍ଯ୍ୟକ୍ରମ ଓ କାର୍ଯ୍ୟକର୍ତ୍ତାଙ୍କ ସହ ସମନ୍ୱୟ ଅଧିକ ସୁବ୍ୟବସ୍ଥିତ ହେବ ବୋଲି ଦଳୀୟ ନେତାମାନେ କହିଥିଲେ।

Leave A Reply

Your email address will not be published.