ଝରୀଗାଁ, ୬/୧୦(ନକୁଳ ଭତରା): ନବରଙ୍ଗପୁର ଜିଲ୍ଲା ଝରୀଗାଁ ବନାଞ୍ଚଳ ଅଧୀନ କଂଗ୍ରା ଗାଁ ନିକଟରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୩ ଖଣ୍ଡ ଶାଳ ସାଇଜ କାଠ ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୫ଟା ୪୫ ମିନିଟ ସମୟରେ କଂଗ୍ରା ଗାଁ ନିକଟରେ ବନ ବିଭାଗ କର୍ମଚାରୀମାନେ ଚଢ଼ାଉ କରିଥିଲେ। ଏହି ସମୟରେ ୨୩ ଖଣ୍ଡ ଶାଳ କାଠ, ଗୋଟିଏ କରତ, ଦୁଇଟି ଟାଙ୍ଗିଆ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଥିଲା।
ଜବତ ମୋଟରସାଇକେଲଟି ହିରୋ ସୁପର ସ୍ପ୍ଲେଣ୍ଡର, ବ୍ଲୁଲୁ ରଙ୍ଗର, ଯାହାର ପଞ୍ଜୀକରଣ ନମ୍ବର OD-04-MC-8432 ବୋଲି ଜଣାପଡ଼ିଛି।
ଏହି ଘଟଣାରେ କଂଗ୍ରା ଗ୍ରାମର ଶିବରାମ ଛତ୍ରିଆ (୫୨), ପିତା–ଲାଲସିଂ ଛତ୍ରିଆଙ୍କୁ ବନ ବିଭାଗ ଧରି ପଚରାଉଚରା କରୁଥିବା ଜଣାପଡ଼ିଛି।
ଘଟଣାସ୍ଥଳରେ ଝରୀଗାଁ ରେଞ୍ଜର ସୁଶାନ୍ତ ସିଂ, ଫରେଷ୍ଟର ମନରଞ୍ଜନ ନାୟକ, ଫରେଷ୍ଟର ରମାକାନ୍ତ ସାହୁ ଓ ଫରେଷ୍ଟ ଗାର୍ଡ ସୁଶାନ୍ତ ମାଝୀଙ୍କ ସମେତ ପାରା ଷ୍ଟାଫ ବନ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କୋର୍ଟ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.