ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ) :ଆଜି ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଛନ୍ତି ଯେ, ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)-୨୦୨୬ ପ୍ରକ୍ରିୟା ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ, ମୁଖ୍ୟ ନିର୍ବାଚନ ଅଧିକାରୀ (ସି ଇ ଓ), ଓଡ଼ିଶା’ଙ୍କ କାର୍ଯ୍ୟାଳୟରୁ ତା ୦୩.୧୦.୨୦୨୬ ରିଖରେ ପ୍ରାପ୍ତ ନିର୍ଦ୍ଦେଶାନୁସାରେ, ବର୍ତ୍ତମାନର ଭୋଟର ତାଲିକାରେ ନାମ ନଥିବା ଗଜପତି ଜିଲ୍ଲାର ସମସ୍ତ ଯୋଗ୍ୟନାଗରିକଙ୍କୁ ଭୋଟର ତାଲିକାରେ ନାମ ସାମିଲ କରିବାର ସୁଯୋଗ ଅବ୍ୟାହତ ରହିଛି। ଏଥିପାଇଁ ଯୋଗ୍ୟ ନାଗରିକ ମାନେ ପୂର୍ବଭଳି ଫର୍ମ-୬ ମାଧ୍ୟମରେ ଆବେଦନ କରିପାରିବେ।
୨୦୦୨ ମସିହା ଭୋଟର ତାଲିକା ତଥ୍ୟ ଦାଖଲରୁ ଛାଡ଼ ,ଏସ:ଆଇ:ଆର ସମୟରେ ଯଦି କୌଣସି ଯୋଗ୍ୟ ନାଗରିକଙ୍କ ନାମ କୌଣସି କାରଣରୁ ଭୋଟର ତାଲିକାରୁ ବାଦ ପଡ଼ିଥାଏ, ତେବେ ପୁନର୍ବାର ନାମ ସାମିଲ କରାଇବା ପାଇଁ ଫର୍ମ-୬ ଦାଖଲ କରିବା ସମୟରେ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବା ଆବଶ୍ୟକ ହେବ ନାହିଁ।
ଆବେଦନକାରୀଙ୍କ ପିତାମାତା କିମ୍ବା ଜେଜେବାପା/ଜେଜେମାଆ’ଙ୍କ ନାମ ୨୦୦୨ ମସିହାର ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କିତ ତଥ୍ୟ କିମ୍ବା ଅତିରିକ୍ତ ଘୋଷଣାନାମା ଦାଖଲ କରିବାକୁ ପଡ଼ିବ ନାହିଁ। ଭାରତ ନିର୍ବାଚନ ଆୟୋଗ (ଇ ସି ଆଇ) ଏହି ଅତିରିକ୍ତ ଘୋଷଣାନାମାକୁ ଫର୍ମ-୬ ରୁ ହଟାଇ ଦେଇଛନ୍ତି।
ଯାଞ୍ଚ ପ୍ରକ୍ରିୟା ବାଧ୍ୟତାମୂଳକ
କେବଳ ଫର୍ମ-୬ ଦାଖଲ କରିବା ଦ୍ୱାରା ଆବେଦନକାରୀଙ୍କ ନାମ ସ୍ୱତଃସ୍ଫୂର୍ତ୍ତ ଭାବେ ଭୋଟର ତାଲିକାରେ ସାମିଲ ହେବ ନାହିଁ।
ଗଜପତି ଜିଲ୍ଲାର ନିର୍ବାଚନ କର୍ତ୍ତୃପକ୍ଷ (ଇ:ଆର:ଓ/ ଏଇ:ଆରଓ /ବି ଏଲ ଓ) ଆବେଦନରେ ଦିଆଯାଇଥିବା ତଥ୍ୟ ଏବଂ ଆବଶ୍ୟକୀୟ ଦସ୍ତାବିଜ ଗୁଡ଼ିକର ନିର୍ଦ୍ଧାରିତ ଯାଞ୍ଚ ପ୍ରକ୍ରିୟା ପୂର୍ବଭଳି ସମ୍ପାଦନ କରିବେ। ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଆଇନ ଓ ନିୟମ ଅନୁଯାୟୀ ନାମ ଅନ୍ତର୍ଭୁକ୍ତି ସମ୍ପର୍କରେ ନିଷ୍ପତ୍ତି ନିଆଯିବ।
ନାଗରିକମାନେ ଆବେଦନ କରିବାର ମାଧ୍ୟମ ଗଜପତି ଜିଲ୍ଲାର ସମସ୍ତ ଯୋଗ୍ୟ ନାଗରିକ
ଅନଲାଇନ୍ ମାଧ୍ୟମରେ ଭୋଟର ହେଲ୍ପ ଲାଇନ୍ ଆପ କିମ୍ବା ଭୋଟର ସର୍ଭିସେସ ପୋର୍ଟାଲ ମାଧ୍ୟମରେ କିମ୍ବା ଅଫଲାଇନ୍ ମାଧ୍ୟମରେ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ କାର୍ଯ୍ୟାଳୟ(ଏ:ଆଇ:ଆର:ଓ) ଫର୍ମ-୬ ଦାଖଲ କରି ଭୋଟର ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ।
ଏକ ନିର୍ଭୁଲ, ସ୍ୱଚ୍ଛ ଓ ନିରପେକ୍ଷ ଭୋଟର ତାଲିକା ପ୍ରସ୍ତୁତ କରିବା ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଗଣତନ୍ତ୍ରରେ ଭାଗିଦାରୀ କରିବାର ସୁଯୋଗ ଦେବା ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ।
ଏ ସବୁ ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଆଜି ଜଣାଇଛନ୍ତି ।