ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ଆନ୍ତର୍ଜାତୀୟ ଅହିଂସା ଦିବସ

0
​ଭୁବନେଶ୍ୱର, ୩/୧୦(କୃଷ୍ଣ କୁମାର ମହାନ୍ତି): ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ‘ଅହିଂସା ସ୍ଥଳ’ରେ ଏନ୍‌ଏସ୍‌ଏସ୍‌‌ ବ୍ୟୁରୋ ପକ୍ଷରୁ ଆନ୍ତର୍ଜାତୀୟ ଅହିଂସା ଦିବସ ପାଳିତ ହୋଇଯାଇଛି। ​
ଏହି ଅବସରରେ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଅହିଂସା ଓ ଶାନ୍ତିର ଆଦର୍ଶ ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ପି.ଜି. କାଉନସିଲ୍ ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ପୂର୍ବତନ ଛାତ୍ର ସଂଘ ସଦସ୍ୟ ଏବଂ ବହୁ ସଂଖ୍ୟାରେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ​
ଏହି ପରିପ୍ରେକ୍ଷୀରେ ସମସ୍ତେ ଶାନ୍ତି ଓ ଅହିଂସାର ଶପଥ ଗ୍ରହଣ କରିବା ସହିତ କ୍ୟାମ୍ପସରେ ଏକ ସ୍ୱଚ୍ଛତା ଅଭିଯାନ ଓ ‘ନିଶାମୁକ୍ତ ଭାରତ’ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
Leave A Reply

Your email address will not be published.