ପ୍ରବାସୀ ମୁମ୍ବାଇରେ ବିଶ୍ୱ ଅନୁବାଦ ଦିବସ ପାଳିତ

0

ମୁମ୍ବାଇ( ୩୦/୯): ଗୋଟିଏ ଭାଷା ଅନୁବାଦ ହେଲେ ଏହା ଅନ୍ୟ ଏକ ଅଞ୍ଚଳର ସାହିତ୍ୟ, ସଂସ୍କୃତି, ସାମାଜିକ ଚଳଣି ସହ ସାଂସ୍କୃତିକ ଐତିହ୍ୟର ସେତୁବନ୍ଧରେ ବନ୍ଧା ହୋଇଯାଏ ବୋଲି ବିଶିଷ୍ଟ ଭାଷା ଗବେଷକ ଡ଼କ୍ଟର ଦେବାଶିଷ ମହାପାତ୍ର ” ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ” ମୁମ୍ବାଈ ତରଫରୁ ଗୁଗଲ ମିଟରେ ଅନୁଷ୍ଠିତ “ବିଶ୍ୱ ଅନୁବାଦ ଦିବସ” ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମନ୍ତବ୍ୟ ରଖିଥିଲେ। ଅନୁବାଦ ସାହିତ୍ୟ ର ଆବଶ୍ୟକତା, ଦାୟିତ୍ୱ ଏବଂ ତାର ବିକାଶ ର ଧାରାକୁ ବିସ୍ତୃତ ବିଶ୍ଳେଷଣ କରିଥିଲେ। ଅନ୍ୟତମ ଅତିଥି ଡ଼କ୍ଟର ହରିଶ୍ଚନ୍ଦ୍ର ବେହେରା ଯୋଗ ଦେଇ ବିଭିନ୍ନ ଭାଷାକୁ ଜାଣିବାର ମାଧ୍ୟମ ଅନୁବାଦ ବୋଲି ସ୍ପଷ୍ଟ କରିଥିଲେ। ଆଦିକବି ଶାରଳା ଦାସ ଙ୍କ ମହାଭାରତ ଏକ ମର୍ମାନୁବାଦ, ଛାୟାନୁବାଦ ବୋଲି କହିଥିଲେ। ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଓଡ଼ିଆ ଭାଷା ଅନୁବାଦ ସମୟରେ ସାଧାରଣ ଶବ୍ଦ ରେ ମଧ୍ୟ ବିସ୍ତୃତ ଭାବରେ ବନେଇ ଲେଖିବାକୁ ହୁଏ ବୋଲି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କମଳା ଶତପଥି ମନ୍ତବ୍ୟ ରଖିଥିଲେ। ଇଞ୍ଜିନିଅର ଶଶୀକାନ୍ତ ରାଜଗୁରୁ ଙ୍କ ଭକ୍ତିପୂର୍ଣ୍ଣ ଭଜନ ସମସ୍ତଙ୍କୁ ମୁଗ୍ଧ କରିଥିଲା। ପ୍ରବାସୀ ମୁମ୍ବାଇ ରୁ ମୈତ୍ରେୟୀ କମିଳା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅବସରପ୍ରାପ୍ତ ଶିକ୍ଷୟତ୍ରୀ କବିୟତ୍ରୀ କଳ୍ପନା ମିଶ୍ର କବିତାପାଠ ସଂଚାଳନ କରିଥିଲେ। ସୁସାହିତ୍ୟିକା ସୁମିତ୍ରା ମିଶ୍ର, ବିଶିଷ୍ଟ ଲେଖିକା ବିଜୟଲକ୍ଷ୍ମୀ ପଟ୍ଟନାୟକ, ଡ଼କ୍ଟର ବାମନ ଚନ୍ଦ୍ର ଦୀକ୍ଷିତ, ପ୍ରଭାତ ଆଚାର୍ଯ୍ୟ, ଚନ୍ଦ୍ରା ମିଶ୍ର, ଶୁଭଶ୍ରୀ ପଟ୍ଟନାୟକ, ସଲୀଳା ମହାନ୍ତି,ଡ଼କ୍ଟର ପ୍ରବୀଣା ପରିଡା, ଡ଼କ୍ଟର ଚିତ୍ତରଞ୍ଜନ କୁଣ୍ଡୁ, ଶାନ୍ତିଲତା ତିଆଡ଼ି , ପୁଷ୍ପାଞ୍ଜଳି ପତ୍ରୀ, ରାଜେନ୍ଦ୍ର କୁମାର ମହାପାତ୍ର , ଆରତୀ ଦାସ, ସୂର୍ଯ୍ୟନାରାୟଣ ମହାରଣା, କଳ୍ପନା ମିଶ୍ର, ମୈତ୍ରେୟୀ କମିଳା ଅନୁବାଦ କବିତା ପାଠ କରିଥିଲେ। ଆରତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ରିପୋର୍ଟ-ସନାତନ ମହାକୁଡ଼ ।

Leave A Reply

Your email address will not be published.