ଆର, ଉଦୟଗିରି, ମନୋଜ କୁମାର ପାଢୀଙ୍କ ରିପୋର୍ଟ:-ଆସନ୍ତା ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ସରକାରୀ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରବନ୍ଧ ଲିଖନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏହି ପ୍ରତିଯୋଗିତା ଗୁଡ଼ିକରେ ଅଂଶଗ୍ରହଣ କରିଥିଲେ।
ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ।ଆଜିର ଏହି ପ୍ରତିଯୋଗିତାର ବିଚାରକ ମଣ୍ଡଳୀ ଭାବେ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା,ଶ୍ରୀ ଅମୋଶ ଲିମ୍ମା, ଶ୍ରୀ କିଶୋର ଚନ୍ଦ୍ର ଦାସ, ଶ୍ରୀ ରମାକାନ୍ତ ବରାଡ, ଶ୍ରୀ ଏସ.ତ୍ରିପତି ରାଓ, ଶ୍ରୀ ରଞ୍ଜିତ କୁମାର ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାୟନ କରିଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ସରକାରୀ ଗାନ୍ଧୀ ସ୍ମତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.