ଗୁମ୍ମା ଓ ସେରଙ୍ଗରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଦୋକାନରେ ଖାଦ୍ୟ ସାମଗ୍ରୀ ଯାଞ୍ଚ ।

0

ଗଜପତି,୩୦.୯( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ସାଧାରଣ ଗ୍ରାହକଙ୍କ ନିମନ୍ତେ ଉଦ୍ଧିଷ୍ଟ ଖାଦ୍ୟ ସାମଗ୍ରୀର ମାନ ଓ ସୁରକ୍ଷା ଯାଞ୍ଚ ପାଇଁ ଗଜପତି ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଗୁମ୍ମା ଓ ସେରଙ୍ଗ ଅଞ୍ଚଳରେ ଅଚାନକ ଚଢ଼ାଉ କରାଯାଇଛି।ମଙ୍ଗଳବାର ଜିଲ୍ଲା ଖାଦ୍ୟ ନିରୀକ୍ଷକ ଅହିତ୍ୟା ସଲାଗ୍ରାମଙ୍କ ନେତୃତ୍ୱରେ ବିଭାଗୀୟ ଟିମ୍ ଗୁମ୍ମା ଓ ସେରଙ୍ଗ ଅଞ୍ଚଳର ବିଭିନ୍ନ ଦୋକାନରେ ପହଞ୍ଚି ଖାଦ୍ୟ ସାମଗ୍ରୀର ମାନ, ପ୍ୟାକେଜିଂ, ଲେବଲିଂ, ବୈଧତା ଓ ସଂରକ୍ଷଣ ବ୍ୟବସ୍ଥା ଯାଞ୍ଚ କରିଥିଲେ।ଯାଞ୍ଚ ସମୟରେ ବିଭିନ୍ନ ଦୋକାନରୁ ଅଟା, ସୁଜି, ମଇଦା, ଡାଲି ଓ ବିସ୍କୁଟ ସମେତ ମୋଟ ୧୬ ଗୋଟି ଖାଦ୍ୟ ସାମଗ୍ରୀ ଜବତ କରାଯାଇ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଥିବା ଜଣାପଡ଼ିଛି।ଜବତ ହୋଇଥିବା ଖାଦ୍ୟ ସାମଗ୍ରୀରେ କୌଣସି ତ୍ରୁଟି କିମ୍ବା ଅନିୟମିତତା ପ୍ରମାଣିତ ହେଲେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ନିୟମାନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗୂ କରାଯିବ ବୋଲି ଜିଲ୍ଲା ଖାଦ୍ୟ ନିରୀକ୍ଷକ ଅହିତ୍ୟା ସଲାଗ୍ରାମ ପ୍ରକାଶ କରିଛନ୍ତି।ଗୁମ୍ମା ଓ ସେରଙ୍ଗ ଭଳି ଦୁର୍ଗମ ଅଞ୍ଚଳରେ ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଓ ସୁରକ୍ଷା ଯାଞ୍ଚକୁ ନେଇ ବିଭାଗ ପକ୍ଷରୁ ନିୟମିତ ନିରୀକ୍ଷଣ ଜାରି ରହିବା ଆବଶ୍ୟକ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.