ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗରେ ଅନୁଷ୍ଠିତ ହେଲା ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ‘ପ୍ରୀତିପୁଷ୍ପ’ ସ୍ୱାଗତ ଉତ୍ସବ

0
ଭୁବନେଶ୍ୱର, ୨୫/୦୯ (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗ ପକ୍ଷରୁ ନୂତନ ଭାବେ ନାମ ଲେଖାଇଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ‘ପ୍ରୀତିପୁଷ୍ପ’ ନାମରେ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ସକାଳ ୧୦ଟାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ପ୍ରଫେସର ବ୍ରଜସୁନ୍ଦର ମିଶ୍ର ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ମନୋରଞ୍ଜନ ସେନାପତି, ଡ. ନିରଞ୍ଜନ ଶବର, ଡ. ଧର୍ମେନ୍ଦ୍ର ଦାଶ, ପ୍ରଫେସର ପ୍ରତିଭା ମଞ୍ଜରୀ ରଥ, ଡ. ସୁଶାନ୍ତ ପ୍ରଧାନ ଏବଂ ଡ. ମନସ୍ୱିନୀ ଷଡ଼ଙ୍ଗୀ ଉପସ୍ଥିତ ରହି ନବାଗତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଔପଚାରିକ କାର୍ଯ୍ୟକ୍ରମ ଦିବା ୧.୩୦ ମିନିଟରେ ସମାପ୍ତ ହେବା ପରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ବିଜୟିନୀ’ ନାମକ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଶେଷରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।
Leave A Reply

Your email address will not be published.