ହୀରାକୁଦର ଖୋଲିଲା ଆଉ ୫ଟି ଗେଟ୍: ମୋଟ ୧୩ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

0

ସମ୍ବଲପୁର: ଉପରମୁଣ୍ଡରେ କ୍ରମାଗତ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳର ପ୍ରବେଶ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ପୁଣି ଆଉ ୫ଟି ସ୍ପିଲୱେ ଗେଟ୍ ଖୋଲିଛନ୍ତି। ଫଳରେ ବର୍ତ୍ତମାନ ମୋଟ ୧୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଏହି ୧୩ଟି ଗେଟ୍ ମଧ୍ୟରୁ ବାମପଟର ୯ଟି ଏବଂ ଡାହାଣ ପଟର ୪ଟି ଗେଟ୍ ଦେଇ ଜଳ ଛଡ଼ାଯାଉଛି। ଜଳଭଣ୍ଡାରର ସର୍ବୋଚ୍ଛ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୨୯.୫୮ ଫୁଟରେ ପହଞ୍ଚିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୫୪ ହଜାର ୬୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଡ୍ୟାମର ସୁରକ୍ଷା ଏବଂ ଜଳ ସନ୍ତୁଳନ ବଜାୟ ରଖିବା ପାଇଁ ଆବଶ୍ୟକତା ଅନୁଯାୟୀ ଜଳ ନିଷ୍କାସନ ପରିମାଣ ବୃଦ୍ଧି କରାଯାଉଛି। ଆଗାମୀ ସମୟରେ ଛତିଶଗଡ଼ରୁ ଆସୁଥିବା ଜଳର ପରିମାଣ ଏବଂ ଜଳଭଣ୍ଡାରର ଜଳସ୍ତରକୁ ସମୀକ୍ଷା କରି ଗେଟ୍ ସଂଖ୍ୟା ବୃଦ୍ଧି କିମ୍ବା ହ୍ରାସ କରାଯିବ। ପ୍ରଶାସନ ପକ୍ଷରୁ ଛତିଶଗଡ଼ରୁ ଆସୁଥିବା ଜଳପ୍ରବାହ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି।

Leave A Reply

Your email address will not be published.