ଗଜପତି, ୨୫.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଜମାଦାରଙ୍କ ସଭାପତିତ୍ବରେ ଆୟୋଜିତ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ,ନୂଆଦିଲ୍ଲୀଙ୍କର ଆହ୍ବାନ କ୍ରମେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ଵାରା ରଚିତ “ବନ୍ଦେ ମାତରମ”ର ୧୫୦ ବର୍ଷ ପୁର୍ତ୍ତି ଉପଲକ୍ଷେ ସାରା ଭାରତରେ ଏକ କୋଟି ଲୋକଙ୍କ ଦ୍ଵାରା ନମାମି ଭାରତମ୍ କାର୍ଯ୍ୟକ୍ରମ ସନ୍ଦର୍ଭରେ ରାଷ୍ଟ୍ରୀୟ ସଂଗୀତ “ବନ୍ଦେ ମାତରମ୍”ର ସାମୂହିକ ଗାନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ, ଗଜପତିର ଜିଲ୍ଲା ସେବା ପ୍ରମୁଖ ଶ୍ରୀଯୁକ୍ତ ଚଣ୍ଡୀ ପ୍ରସାଦ ନାୟକ , ସମ୍ମାନୀତ ଅତିଥି ଭାବେ ପରିଚାଳନା କମିଟିର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେନା, ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପଟ୍ଟନାୟକ, ଉପଦେଷ୍ଟା ପୂଜ୍ୟ ରାମାନନ୍ଦ ଦାସ, ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଗଣ, ସ୍ଥାନୀୟ ବିଦ୍ୟାଳୟର ଶିଶୁ ଭାଇଭଉଣୀ ଓ ଗୁରୁଜୀ ଗୁରୁମା, ଅଭିଭାବକ ଅଭିଭାବିକା, ସହରର ବୁଦ୍ଧିଜୀବୀଙ୍କ ସମେତ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସାମୁହିକ ଭାବରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ଗାନ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମଟି ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।