ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ।ସରଗରମ ରହିବ ବିଧାନସଭା

0

ଭୁବନେଶ୍ୱର :ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନ ଭଳି ଆଜି ମଧ୍ୟ ବିଧାନସଭା ସରଗରମ ରହିବ। ପାଠ୍ୟପୁସ୍ତକରେ ତ୍ରୁଟି ଓ ଏମଏମଡିଆର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ବିଜେଡି ଓ କଂଗ୍ରେସ। ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ ଗୃହରେ ଜୋରଦାର କରିବ ବିଜେଡି।

ଅନ୍ୟପଟେ, ଏମଏମଡିଆର ଆଇନ ପ୍ରତ୍ୟାହାର ଦାବିକୁ ଦୋହରାଇବ କଂଗ୍ରେସ। ବିରୋଧୀଙ୍କ ଆଭିମୁଖ୍ୟ ଓ ସରକାରଙ୍କ ଉତ୍ତରକୁ ନେଇ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିବ କି ନାହିଁ, ତାକୁ ନେଇ ଅନିଶ୍ଚିତତା ରହିଛି। ଦୁଇ ବିରୋଧୀ ଦଳ ନିଜ ଦାବିରେ ଅଟଳ ରହିଲେ ଗୃହରେ ଅଚଳାବସ୍ଥା ଲାଗିରହିପାରେ।

ତେବେ ଆଜି କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସମବାୟ, ଶକ୍ତି, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ଏହାସହ ବିରୋଧୀଙ୍କ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ମଧ୍ୟ ଦିଆଯିବ।

Leave A Reply

Your email address will not be published.