ପଟ୍ଟାମୁଣ୍ଡାଇ ବ୍ଲକରେ ବେଟି ବଚାଓ, ବେଟି ପଢ଼ାଓ ଅଭିଯାନ
ପଟ୍ଟାମୁଣ୍ଡାଇ ତା ୨୨/୯- ପଟ୍ଟାମୁଣ୍ଡାଇ ବ୍ଲକରେ ବେଟି ବଚାଓ ବେଟି ପଢ଼ାଓ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି I ପଟ୍ଟାମୁଣ୍ଡାଇ ବ୍ଲକ ସି ଡି ପି ଓ ଲଷ୍ମୀମଣି ସିଂଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅତିରିକ୍ତ ବି ଡି ଓ ନନ୍ଦିନୀ ଶତପଥୀ, ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଚକ୍ଷୁ ରୋଗ ବିଶେଷଜ୍ଞ ଡା ସନ୍ତୋଷ ବିଶ୍ୱାଳ, ସହକାରୀ ବ୍ଲକ ଶିକ୍ଷାଧିକାରୀ ସୁନିତୀ ଦାଶ ସରକାରୀ ଓକିଲ ଧୀରେନ୍ଦ୍ର ନାଥ ସାହୁ ବ୍ଲକ ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ ପ୍ରମୁଖ ଯୋଗ ଦେଇ ନାରୀ ଭୃଣ ହତ୍ୟା ଆଇନଗତ ଅପରାଧ I ଏଇ ପରିପ୍ରେକ୍ଷୀରେ ବେଟିକୁ ବଢ଼ିବାକୁ ଦେବା ସହିତ ବେଟିକୁ ପଢ଼ାଇ ଉଚ୍ଚଶିକ୍ଷିତ କରି ସମାଜରେ ପ୍ରତିଷ୍ଠିତ କରିବାକୁ ପରାମର୍ଶ ଦେଇଥିଲେ I ବେଟି ଉଚ୍ଚଶିକ୍ଷିତ ହେଲେ ସୁସ୍ଥ ବିକଶିତ ସମାଜ ଗଠନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ I ଏହି କାର୍ଯ୍ୟକ୍ରମରେ ମିଶନଶକ୍ତି ସଭାପତି ସମ୍ପାଦକ ଅଙ୍ଗନବାଡି, ଆଶା କର୍ମୀ, ମହିଳା ଓ କିଶୋର ବାଳିକାମାନେ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ପରିଦର୍ଶିକା ମଧୁସ୍ମିତା ବେହେରା, ହସ୍ପିଟାଲ ବି ପି ଏମ ଚିତ୍ତ ରଞ୍ଜନ ଚାନ୍ଦ, ପ୍ରମିଳା ଜେନା ଓ ସୋନାଲି ପରିଡା ପ୍ରମୁଖ ପରିଚାଳନା କରିଥିଲେ I