ଗଜପତି, ୨୧.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତା. ୨୧.୦୯.୨୦୨୬ ରିଖ ଅପରାହ୍ନ ୩.୦୦ ଘଟିକା ସମୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ମାନ୍ୟବର ଜିଲ୍ଲା ଜଜ୍- ତଥା- ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତି ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳଙ୍କ ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।କାର୍ଯ୍ୟକ୍ରମରେ ସଚିବ ଶ୍ରୀ ବିମଳ ରାଉଳ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ (ପୋକ୍ସୋ) ଆଇନ ଅନ୍ତର୍ଗତ ପୀଡ଼ିତମାନଙ୍କ ପାଇଁ ଉପଲବ୍ଧ କ୍ଷତିପୂରଣ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରିଥିଲେ। ସେ ପୀଡ଼ିତମାନଙ୍କ ଆଇନଗତ ଅଧିକାର, ମାଗଣା ଆଇନ ସେବା, କ୍ଷତିପୂରଣ ଓ ପୁନର୍ବାସନ ସୁବିଧା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ।ଏହି ଅବସରରେ ଜିଲ୍ଲା ଅଦାଲତ, ଗଜପତିର ଭାରପ୍ରାପ୍ତ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର ଯୋଗଦେଇ ପୋକ୍ସୋ ଆଇନର ବିଭିନ୍ନ ଦିଗ ତଥା ପୀଡ଼ିତମାନଙ୍କ ସୁରକ୍ଷା ଏବଂ ଆଇନ ଅନ୍ତର୍ଗତ ଉପଲବ୍ଧ କ୍ଷତିପୂରଣ ବ୍ୟବସ୍ଥା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ।କାର୍ଯ୍ୟକ୍ରମରେ ମୁନିସିଂ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ଶବର, ଗଜପତି ୱାନ୍-ଷ୍ଟପ୍ ସେଣ୍ଟରର ପ୍ରତିନିଧି ଶ୍ରୀମତୀ ଶିବାନୀ ସାମନ୍ତରାୟ ଏବଂ ପାରାଲିଗାଲ୍ ଭଲ୍ୟୁଣ୍ଟିୟର ଶ୍ରୀମତୀ ଶଶୀରେଖା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ଶିଶୁ ଓ ମହିଳାଙ୍କ ଅଧିକାର, ଆଇନଗତ ସୁରକ୍ଷା, ପୀଡ଼ିତଙ୍କୁ କ୍ଷତିପୂରଣ ଏବଂ ମାଗଣା ଆଇନ ସେବା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ପୀଡ଼ିତମାନେ ନ୍ୟାୟ ପାଇବା ସହିତ ଯେପରି ଆବଶ୍ୟକ ଆଇନଗତ ସହାୟତା ଓ କ୍ଷତିପୂରଣ ପାଇପାରିବେ, ସେଥିପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଉପଲବ୍ଧ ବିଭିନ୍ନ ଆଇନ ସେବା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.