ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ନୂଆଁଖାଇ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ନୂଆଁଖାଇ ହେଉଛି ଆମ ଚାଷୀ, ଫସଲ ଏବଂ ଏକତା ଭାବନାର ପର୍ବ। ଏହି ବିଶେଷ ଅବସର ସମାଜରେ ସଦ୍ଭାବନା ଏବଂ ଏକତାର ଭାବନାକୁ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ନୂଆଁଖାଇ ଜୁହାର୍‌!

ଆମ କୃଷକ, ଫସଲ ଏବଂ ଏକତାର ପର୍ବ ନୂଆଁଖାଇର ଅନେକ ଅନେକ ଶୁଭକାମନା।

ଏହି ସ୍ୱତନ୍ତ୍ର ଅବସର ଆମ ସମାଜରେ ସଦ୍ଭାବନାର ବନ୍ଧନକୁ ସୁଦୃଢ଼ କରୁ ଏବଂ ଖୁସି ଓ ସମୃଦ୍ଧି ନେଇ ଆସୁ।

Leave A Reply

Your email address will not be published.