ନିଆରା ଢଙ୍ଗରେ ଗୁରୁଦିବସ ପାଳିତ

0

ନୟାଗଡ଼ (୫/୯): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଦଳୀବନ୍ଧରେ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦାଶଙ୍କ ସଭାପତିତ୍ୱରେ ଆଜି ନିଆରା ଢଙ୍ଗରେ ଗୁରୁଦିବସ ପାଳନ କରାଯାଇଛି।ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ଶିକ୍ଷକ ଗୋପାଳ ଚନ୍ଦ୍ର ମାଝୀ ମୁଖ୍ୟ ବକ୍ତା ଭାବରେ ମନୋଜିନୀ ସେନାପତି ମଞ୍ଚାସୀନ ଥିଲେ।ଉକ୍ତ ବିଦ୍ୟାଳୟରୁ ଅବସର ନେଇଥିବା ଦୁଇ ଶିକ୍ଷକ ଶିକ୍ଷୟିତ୍ରୀ ନିଜର ଅଭିଜ୍ଞତା ପିଲାମାନଙ୍କୁ ବଖାଣିଥିଲେ।ବିଦ୍ୟାଳୟର ଛାତ୍ର ଛାତ୍ରୀ ଗୁରୁଜୀ ଗୁରୁମାଆଙ୍କୁ ଓ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ତୈଳ ଚିତ୍ରରେ ପୁଷ୍ପ,ଧୂପ,ଚନ୍ଦନ ଓ ଦୀପ ଜାଳି ପୂଜା କରିଥିଲେ।

ଜଣଜଣ କରି ଗୁରୁଦିବସ ବିଷୟରେ ଭାଷଣ ଦେଇଥିଲେ ପରେ ଅତିଥିମାନେ ଅତୀତ ଓ ବର୍ତ୍ତମାନର ଗୁରୁଶିଷ୍ୟ ପରମ୍ପରା ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଉପସ୍ଥିତ ଅତିଥି ମାନଙ୍କୁ ଉପଢୌକନ, ପୁଷ୍ପ ଓ କଲମ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଅବସର ଗ୍ରହଣପରେ ବିଦ୍ୟାଳୟକୁ ଡାକି ଏଭଳି ସମ୍ମାନ ପାଇଥିବାରୁ ଅତିଥି ମାନେ ଭାବବିହ୍ୱଳ ହୋଇପଡିଥିଲେ।ଶିକ୍ଷୟିତ୍ରୀ ରୀତାପଣ୍ଡା ଧନ୍ୟବାଦ ଦେବାସହିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ରିପୋର୍ଟ-ସନାତନ ମହାକୁଡ଼ ।

Leave A Reply

Your email address will not be published.