ନିଟ ପରୀକ୍ଷାରେ 21 ତମ ରାଙ୍କ୍ ହାସଲ କରିଥିବା ଗରିବ ଚାଷୀ ପୁଅ କାଂହୁଙ୍କୁ ଡାକ୍ତରୀ ପାଠ ପଢିବା ପାଇଁ ସହାୟତାର ହାତ ବଢ଼ାଇଲେ ପାରଳା ବିଧାୟକ ।

ଗଜପତି, 4/9(ମନୋଜ ପାଢ଼ୀ):ଚଳିତ ନିଟ ପରୀକ୍ଷାରେ 21 ତମ ରାଙ୍କ ହାସଲ କରିଥିବା ଗଜପତି ଜିଲ୍ଲାର ଗରିବ ଚାଷୀ ପୁଅ କାଂହୁଙ୍କୁ ଡାକ୍ତରୀ ପାଠ ପଢିବା ପାଇଁ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ସହାୟତାର ହାତ ବଢ଼ାଇଛନ୍ତି । ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗରିବୀ ଚାଷୀ କୂଳର ପୁଅ କାଂହୁ ଭୂୟାଁ ଚଳିତ ଏସଟି ବର୍ଗରେ ଓଡ଼ିଶାରେ ନିଟ ପରୀକ୍ଷାରେ 21 ତମ ରାଙ୍କ ହାସଲ କରିଛନ୍ତି ।

ଆର୍ଥିକ ଅନଟନ ଯୋଗୁଁ ଡାକ୍ତରୀ ଶିକ୍ଷା ଜାରି ରଖିବା ନେଇ ଚିନ୍ତାରେ ଥିବା ଏହି ଚାଷୀ ପରିବାରର ଯୁବକଙ୍କୁ ଡାକ୍ତରୀ ପାଠ ପଢିବା ପାଇଁ ପାରଳାଖେମୁଣ୍ଡି ବିଧାୟକ ସାହାର୍ଯ୍ୟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି. ଡାକ୍ତରୀ ଶିକ୍ଷା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଯୁବକଙ୍କ ଭବିଷ୍ୟତ ଗଢ଼ିବାରେ ସହଯୋଗ କରିଥିବାରୁ ପରିବାର ପକ୍ଷରୁ ବିଧାୟକଙ୍କୁ କୃତଜ୍ଞତା ଜଣାଯାଇଛି।
ସୂଚନା ଅନୁଯାୟୀ, ଅତ୍ୟନ୍ତ ସାଧାରଣ ଚାଷୀ ପରିବାରରୁ ଆସିଥିବା ଏହି ଯୁବକ ନିଜର ପାଠପଢ଼ା ଜାରି ରଖି ଆଗକୁ ବଢ଼ିବାକୁ ଚାହୁଁଥିଲେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ତାଙ୍କ ଉଚ୍ଚଶିକ୍ଷାରେ ବାଧା ସୃଷ୍ଟି କରୁଥିଲା। ଏ ସମ୍ପର୍କରେ ଜାଣିବା ପରେ ବିଧାୟକ ରୂପେଶ ପାଣିଗ୍ରାହୀ ଯୁବକଙ୍କୁ ଆବଶ୍ୟକ ସହଯୋଗ ପ୍ରଦାନ କରିଥିଲେ।
ବିଧାୟକଙ୍କ ସହଯୋଗରେ ଯୁବକଙ୍କ ଡାକ୍ତରୀ ଶିକ୍ଷା ଜାରି ରଖିବାର ଆଶା ସଞ୍ଚାର ହୋଇଛି। ନିଜର ସ୍ୱପ୍ନ ପୂରଣ କରିବା ସହ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ସମାଜର ସବୁ ବର୍ଗର ଲୋକଙ୍କୁ ସେବା ପ୍ରଦାନ କରିବେ ବୋଲି କାଂହୁ ଭୂୟାଁ କହିଛନ୍ତି.

Comments are closed.