ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବଈ ତରଫରୁ ବିଶିଷ୍ଟ କଣ୍ଠ ଶିଳ୍ପୀ ସ୍ବର୍ଗତ ପ୍ରଣବ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟ ରେ ସଙ୍ଗୀତ ଆସର

0

ମୁମ୍ବାଇ (୩୦/୮): ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବଈ ତରଫରୁ ରୁ ଅଗଷ୍ଟ ୨୯ତାରିଖ ସଂନ୍ଧ୍ୟା ରେ ଓଡ଼ିଶାର ପ୍ରସିଦ୍ଧ ଗାୟକ ସ୍ବର୍ଗତ ପ୍ରଣବ ପଟ୍ଟନାୟକ ଙ୍କ ସ୍ମୃତି ରେ ସଙ୍ଗୀତ ଆସର ଗୁଗଲ ମିଟ ମାଧ୍ୟମ ରେ ଅନୁଷ୍ଠିତ ହୋଇଯାଇଛି।ବିଶିଷ୍ଟ କଣ୍ଠଶିଳ୍ପୀ ଅଧ୍ୟାପକ ପ୍ରଦୀପ୍ତ ସୁନ୍ଦର ମହାରଣା ମୁଖ୍ୟ ଅତିଥି ଆସନ ରେ ଅଳଙ୍କୃତ ହୋଇଥିଲେ। ସମ୍ମାନନୀୟ ଇଞ୍ଜିନିଅର ଗୀତିକାର ଶଶିକାନ୍ତ ରାଜଗୁରୁ ଙ୍କ ପୌରହିତ୍ୟ ରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।ଭାଷା ଗବେଷକ ଡ଼କ୍ଟର ଦେବାଶିଷ ମହାପାତ୍ର ଏବଂ ବିଶିଷ୍ଟ ଲେଖକ ତଥା ଅକ୍ଷାଂଶ ର ସମ୍ପାଦକ ଡ଼କ୍ଟର ହରିଶ୍ଚନ୍ଦ୍ର ବେହେରା ସାର ଉପସ୍ଥିତ ରହି ସୁଚିନ୍ତିତ ମତାମତ ରଖି କାର୍ଯ୍ୟକ୍ରମ ର ଶୋଭା ବର୍ଦ୍ଧନ କରିଥିଲେ।ପ୍ରବାସୀ ମୁମ୍ବଈ ରୁ ମୈତ୍ରେୟୀ କମିଳା ସଭା ପରିଚାଳନା କରିଥିଲେ।

ମୋୱା ର ସଭାପତି,ଖାରଘର ଜଗନ୍ନାଥ ମନ୍ଦିର ରୁ ଶ୍ରୀଯୁକ୍ତ ଭଗବାନ ପଣ୍ଡା ସାର ଯୋଗ ଦେଇ, କିଛି ବିଶେଷ ମୁହୂର୍ତ୍ତ ଯାହା ସେ ପ୍ରଣବ ସାର ଙ୍କ ସହ ଅତିବାହିତ କରିଥିଲେ ଏବଂ ବେଙ୍ଗଲୋର ସାହିତ୍ୟ ସମାଜ ର ପ୍ରମୁଖ ତାପସ ରାଜ ମହାରଣା ଅତ୍ୟନ୍ତ ଭାବ ପୂର୍ଣ୍ଣ ମୁହୂର୍ତ୍ତ, ସ୍ମରଣ କରି ପ୍ରଣବ ସାର ଙ୍କ ନିମନ୍ତେ ମନ୍ତବ୍ୟ ରଖିଥିଲେ। ସଲୀଳା ମହାନ୍ତି, ହୀରାଲାଲ, ସୁରଥ କୁମାର ପଣ୍ଡା, କଳ୍ପନା ମିଶ୍ର, ବେଙ୍ଗଲୋର ରୁ ବନ୍ଦନା ସାହୁ ଯୋଡି ହୋଇ ଗୀତ ଗାଇଥିଲେ। ଛତିଶଗଡ଼ ରୁ ଡ଼କ୍ଟର ବାମନ ଚନ୍ଦ୍ର ଦୀକ୍ଷିତ, ଆମେରିକା ରୁ ଚନ୍ଦ୍ରା ମିଶ୍ର, ଆନ୍ଧ୍ର ପ୍ରଦେଶ ତେଲେଙ୍ଗାନା ରୁ ଅରୁଣ କୁମାର ମହାପାତ୍ର, ଓଡିଶା ରୁ ରଞ୍ଜନ ମହାନ୍ତି, ସ୍ନେହ ମିଶ୍ର, ସୂର୍ଯ୍ୟ ନାରାୟଣ ମହାରଣା,ସମରେନ୍ଦ୍ର ମହାପାତ୍ର,ନିଧି ସାହୁ,ମନୋରମା ମିଶ୍ର ଯୋଡି ହୋଇ ପ୍ରଣବ ପଟ୍ଟନାୟକ ଙ୍କ ଗୀତ ଗାଇ ଆସର କୁ ସ୍ମରଣୀୟ ସ୍ମୃତି ଭାବ ଧାରା ରେ ଭିଜେଇଥିଲେ। କୃଷ୍ମ ମିଶ୍ର, ସନାତନ ମହାକୁଡ଼ ଯୋଗ ଦେଇଥିଲେ। ସୂର୍ଯ୍ୟ ନାରାୟଣ ମହାରଣା ଙ୍କ ଶେଷସ୍ପର୍ଶ ଧନ୍ୟବାଦ ଅର୍ପଣ ରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
ରିପୋର୍ଟ-ସନାତନ ମହାକୁଡ଼।

Leave A Reply

Your email address will not be published.