ଅଜୟଗଡ଼ରେ ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣୀ ।

ଗଜପତି,୨୭.୮(ନନ୍ଦିନୀ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ଼ ଗ୍ରାମ ପଞ୍ଚାୟତ ସଦରମହକୁମା ଠାରେ ପାରଳା ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ଏକ ବୃହତ୍ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଜୟଗଡ଼ ଓ ଏହାର ନିକଟବର୍ତ୍ତୀ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଲୋକ ଏହି ଶୁଣାଣୀରେ ଯୋଗଦେଇ ନିଜ ନିଜର ସମସ୍ୟା ଓ ଅଭିଯୋଗ ଜଣାଇଥିଲେ। ଏହି
କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକଙ୍କ ସମେତ ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମୀ ମଣ୍ଡଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲାରାମ ମାରାଣ୍ଡି, ଗୁମ୍ମା ତହସିଲଦାର ଶରତ ଶବର ଓ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।ଏହି ଅଭିଯୋଗ ଶୁଣାଣୀରେ ଅଜୟଗଡ଼ ନିକଟବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୧୫୦୦ରୁ ଅଧିକ ଜନସାଧାରଣ ଯୋଗଦେଇଥିବା ଜଣାପଡ଼ିଛି। ଲୋକମାନେ ରାସ୍ତା, ପାନୀୟ ଜଳ, ଆବାସ, ଜମିଜମା, ଶିକ୍ଷା, ସ୍ୱାସ୍ଥ୍ୟ, ଭତ୍ତା ଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ସମସ୍ୟା ଅଧିକାରୀ ଓ ବିଧାୟକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।ବିଧାୟକ ରୂପେଶ ପାଣିଗ୍ରାହୀ ଲୋକଙ୍କ ଅଭିଯୋଗଗୁଡ଼ିକୁ ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ପ୍ରଶାସନ ପହଞ୍ଚି ସେମାନଙ୍କ ସମସ୍ୟା ଶୁଣୁଥିବାରୁ ଏହି ଜନ ଅଭିଯୋଗ ଶୁଣାଣୀକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି।

Comments are closed.