ଭୁବନେଶ୍ୱର : ଓଡ଼ିଶା ସରକାର ମଙ୍ଗଳବାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଥିବା ସଂଜୟ ବିଶ୍ୱାଳଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବୀରେନ୍ଦ୍ର କୋରକୋରାଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଭାବେ ଯୁଗଳେଶ୍ୱରୀ ଦାଶଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଗୃହ ବିଭାଗ ଅତିରିକ୍ତ ସଚିବ ଥିବା ଆରାଧନା ଦାସଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଅବକାରୀ ବିଭାଗ ଅତିରିକ୍ତ ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ‘ଆୟୁଷ’ର ନିର୍ଦ୍ଦେଶିକା ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଅଂଜନା ପଣ୍ଡାଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଓ ସୁନ୍ଦର ମାଧବ ପାଢୀଙ୍କୁ ଓଡ଼ିଶା ମାରିଟାଇମ୍ ବୋର୍ଡର ସିଓଓ ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ପାଢୀ ଓଏସଆରଟିସିର ଜେନେରାଲ ମ୍ୟାନେଜର ଦାୟିତ୍ୱରେ ମଧ୍ୟ ରହିବେ ।
Sign in
Sign in
Recover your password.
A password will be e-mailed to you.