‘ଓଡ଼ିଶା ଫାର୍ମାସୀ ଅଧିକାରୀ ସେବା ସଂଘ’ର ବାର୍ଷିକ ସମ୍ମିଳନୀରେ ଯୋଗଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

0

ଭୁବନେଶ୍ଵର: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଠାରେ ‘ଓଡ଼ିଶା ଫାର୍ମାସୀ ଅଧିକାରୀ ସେବା ସଂଘ’ର ‘ଏକ ଦିବସୀୟ ବାର୍ଷିକ ସମ୍ମିଳନୀ’ରେ ଯୋଗ ଦେଇଛନ୍ତି । ସେ କହିଛନ୍ତି , ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବାରେ ଫାର୍ମାସିଷ୍ଟମାନଙ୍କ ଯୋଗଦାନ ଅତୁଳନୀୟ। ସରକାର ଆସିବା ପରେ ୩୯ ବର୍ଷ ପରେ ଫାର୍ମାସିଷ୍ଟ କ୍ୟାଡରର ପୁନର୍ଗଠନ କରାଯାଇଛି। ଏହାସହ ଫାର୍ମାସିଷ୍ଟମାନଙ୍କ ଚାକିରିରେ ଦାୟିତ୍ୱ ସମ୍ପର୍କିତ ଚାର୍ଟ ମଧ୍ୟ ଗଠନ କରାଯାଇଛି। ରାଜ୍ୟରେ ପ୍ରାୟ ୩୦୦ ଜଣ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆହୁରି ୧୧ ଶହ ୮ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଦକ୍ଷ ମାନବ ସମ୍ବଳ, ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଆଧୁନିକ ବ୍ୟବସ୍ଥା ଦ୍ୱାରା ରୋଗୀ ସେବା ଆହୁରି ସହଜ, ସରଳ ଓ ସଠିକ୍ ହୋଇପାରିଛି ବୋଲି ଶ୍ରୀ ମହାଲିଙ୍ଗ ମତ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.