ଗଜପତି,୨୩.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାରେ ଗୋଟିଏ ଦିନରେ ୭୩୮.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜଣାପଡିଛି।ରିପୋର୍ଟ ଅନୁଯାୟୀ ତା:-୨୩/୦୮/୨୦୨୬ ରିଖରେ କାଶୀନଗରଠାରେ ୧୩୨.୦, ପାରଳାଖେମୁଣ୍ଡିଠାରେ ୧୧୯.୦, ରାୟଗଡଠାରେ ୧୨୦.୪ , ଗୁମ୍ମାଠାରେ ୧୦୦.୦, ନୁଆଗଡଠାରେ ୮୯.୨, ଆର. ଉଦୟଗିରି ଠାରେ ୭୬.୦ , ଗୋଷାଣିଠାରେ ୬୮.୦ ଓ ମୋହନାଠାରେ ସର୍ବନିମ୍ନ ୩୩.୬ ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ସମୁଦାୟ ବୃଷ୍ଟିପାତ ୭୩୮.୨ ମିଲିମିଟର ହୋଇଥିବା ବେଳେ ହାରାହାରି ଭାବେ ୯୨.୨୮ ମିଲିମିଟର ହୋଇଥିବା ଜଣାପଡିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଜି ମଧ୍ୟ ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି। ଗତକାଲି ସକାଳଠାରୁ ଆରମ୍ଭ ହୋଇଥିବା ବର୍ଷା ଖବର ଲେଖାଯିବା ପର୍ଯ୍ୟନ୍ତ ଲାଗିରହିଛି। ଦୀର୍ଘ ଦିନ ଧରି ବର୍ଷା ଅଭାବରୁ ହନ୍ତସନ୍ତ ହେଉଥିବା ଚାଷୀମାନେ ଆଶ୍ୱସ୍ତି ଲାଭ କରିବା ସହିତ କୃଷି କାମରେ ମନୋ ନିବେଶ କରିଥିବା ପରିଲକ୍ଷିତ ହୋଇଛି।
Sign in
Sign in
Recover your password.
A password will be e-mailed to you.