ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ।

0

ଗଜପତି,୨୩.୮(ମନୋଜ ପାଢ଼ୀ)-: ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ସାମାଜିକ ସୁରକ୍ଷା, ସମ୍ମାନ, ସ୍ୱାସ୍ଥ୍ୟ ସେବା ଓ ସେମାନଙ୍କର ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉପସ୍ଥିତ ବକ୍ତାମାନେ ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତା ଓ ଅବଦାନକୁ ସମାଜ ପାଇଁ ଅମୂଲ୍ୟ ବୋଲି ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ମଞ୍ଚର ସଦସ୍ୟବୃନ୍ଦ ଓ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ରହି ବିଶ୍ୱ ବରିଷ୍ଠ ନାଗରିକ ଦିବସର ମହତ୍ତ୍ୱ ଉପରେ ନିଜର ମତବ୍ୟକ୍ତ କରିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ସୁରେନ୍ଦ୍ର କୁମାର ରଥ, ଶ୍ରୀ ବେଣୁ ଗୋପାଳ ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.