ଉମୁରୀ ହାଇସ୍କୁଲରେ ସାଇବର ସଚେତନତା କାର୍ଯ୍ୟକ୍ରମ ।

0

ଜୟପୁର 22/8 : ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିବା ପାଇଁ ସଚେତନତ କୋରାପୁଟ: ଆଜି ଉମୁରୀ ହାଇସ୍କୁଲ ପରିସରରେ କୋରାପୁଟ ସାଇବର ପୋଲିସ ଷ୍ଟେସନ ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଡିଏସ୍‌ପି ଶ୍ରୀମତୀ ଭବାନୀ ପ୍ରଧାନଙ୍କ ନେତୃତ୍ୱରେ ସାଇବର ପୋଲିସ ଟିମ୍‌ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ।
ବର୍ତ୍ତମାନ ସମୟରେ ଅନଲାଇନ୍ ଠକେଇ, ଭୁଆ ଲିଙ୍କ୍‌, ସୋସିଆଲ୍ ମିଡିଆ ଠକେଇ ଓ ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର ଭଳି ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଛାତ୍ରଛାତ୍ରୀଙ୍କୁ ସତର୍କ ଓ ଦାୟିତ୍ୱବାନ ଡିଜିଟାଲ୍ ବ୍ୟବହାରକାରୀ ଭାବେ ଗଢ଼ି ତୋଳିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମରେ ଉମୁରୀ ହାଇସ୍କୁଲର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ, ସୋଭା ଅଫିସର ସାକ୍ଷୀ ମ୍ୟାଡାମ୍‌ଙ୍କ ସମେତ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ସାଇବର ପୋଲିସ ଟିମ୍‌ ପକ୍ଷରୁ ଗୀତ ଗାଇ ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧର ବିଭିନ୍ନ ଦିଗ, ଅନଲାଇନ୍ ଠକେଇରୁ ବଞ୍ଚିବାର ଉପାୟ, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏବଂ ଇଣ୍ଟରନେଟ୍‌ର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଜରୁରୀ ସୂଚନା ଦିଆଯାଇଥିଲା।
ଛାତ୍ରଛାତ୍ରୀମାନେ ସାଇବର ସୁରକ୍ଷା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଜ୍ଞାନ ଆହରଣ କରିବା ସହ ଡିଜିଟାଲ୍ ଦୁନିଆରେ ସତର୍କ ଓ ସୁରକ୍ଷିତ ରହିବା ପାଇଁ ପ୍ରେରଣା ପାଇଥିଲେ।
କୋରାପୁଟ ସାଇବର ପୋଲିସର ଏଭଳି ସଚେତନତାମୂଳକ ପଦକ୍ଷେପକୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିଲେ।
ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ — ସାଇବର ଅପରାଧକୁ ରୋକିବାରେ ସମସ୍ତେ ସହଯୋଗ କରନ୍ତୁ।
କୋରାପୁଟ ରୁ ସୁରେନ୍ଦ୍ର ଖୋସଲାଙ୍କ ରିପୋର୍ଟ ,

Leave A Reply

Your email address will not be published.