ଜେଲ୍ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣ ବୃଦ୍ଧି ; ବର୍ଷକୁ ଖର୍ଚ୍ଚ ହେବ ଅତିରିକ୍ତ ୯୬.୨୨ ଲକ୍ଷ

0

ଭୁବନେଶ୍ୱର : ରାଜ୍ୟ ସରକାର ଜେଲ୍‌ ସଂଗଠନର ଅଧିକାରୀ ଓ କର୍ମଚାରୀମାନଙ୍କର ପୋଷାକ ଭତ୍ତା ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅନୁଯାୟୀ, ଜେଲ୍‌ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା ୨ ଗୁଣ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଜେଲ ଡିଆଇଜିଙ୍କଠାରୁ ଆରମ୍ଭ କରି ସହକାରୀ ମାତ୍ରନଙ୍କ ପର୍ଯ୍ୟନ୍ତ ୩୭୮ଜଣ ଅଧିକାରୀଙ୍କ ପୋଷାକ ଭତ୍ତା ୩୦୦୦ ଟଙ୍କାରୁ ୬୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୨,୧୨୨ଜଣ ଚିଫ୍‌ ୱାର୍ଡର୍, ୱାର୍ଡର୍ ଓ ମହିଳା ୱାର୍ଡରଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୪୦୦୦ଟଙ୍କାରୁ ୮୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ସମୁଦାୟ ୨୫୦୦ଜଣ ଜେଲ୍‌ କର୍ମଚାରୀ ଓ ଅଧିକାରୀ ଉପକୃତ ହେବେ। ଚଳିତ ଆର୍ଥିକବର୍ଷରୁ ଏହି ନୂତନ ପୋଷାକ ଭତ୍ତା ଲାଗୁ ହେବ। ଏଥିପାଇଁ ବର୍ଷକୁ ଅତିରିକ୍ତ ୯୬.୨୨ ଲକ୍ଷ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.