ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବୁଧବାର ୧୪ ଦିନ ପାଇଁ ଜେଲ୍ ହାଜତକୁ ପଠାଯାଇଛି। ଏହି ଘଟଣାରେ ଗିରଫ ହୋଇଥିବା ଅନ୍ୟ ୪ଜଣଙ୍କୁ ମଧ୍ୟ ୧୪ ଦିନ ପାଇଁ ଜେଲ୍ ହାଜତକୁ ପଠାଯାଇଛି। ଅନ୍ୟ ଜଣଙ୍କୁ ୨ଦିନ ପାଇଁ ପୁଲିସ ହାଜତକୁ ପଠାଯାଇଛି। ଅଗଷ୍ଟ ୨୫ରେ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଉପରେ କୋର୍ଟ ଶୁଣାଣି କରିବେ। ଦିଲ୍ଲୀ ଜଳ ବୋର୍ଡ ଟେଣ୍ଡର ଦୁର୍ନୀତି ଅଭିଯୋଗରେ ଦୁର୍ନୀତି ନିବାରଣ ଶାଖା ମଙ୍ଗଳବାର ସତ୍ୟେନ୍ଦ୍ରଙ୍କ ସହ ୬ଜଣ ଗିରଫ କରିଥିଲା। ସତ୍ୟେନ୍ଦ୍ରଙ୍କ ଗିରଫକୁ ନେଇ ଆପ୍ ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଜେପି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସମାଲୋଚନା କରିଛନ୍ତି।