ବନ୍ୟା ପ୍ରଭାବିତ ବାଲେଶ୍ୱରବାସୀଙ୍କ ପାଖରେ ଓଜେସି; ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

0

ବାଲେଶ୍ୱର, (୧୯.୦୮.୨୦୨୬): ଭୟଙ୍କର ବନ୍ୟାରେ ବାଲେଶ୍ୱରଜିଲ୍ଲାର ଅନେକ ପରିବାର ପ୍ରଭାବିତ ହୋଇଛନ୍ତି। ଏହି ଦୁର୍ଦ୍ଦିନରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହୋଇ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଓଲନ୍ଦା ସାରଗାଁ ପଞ୍ଚାୟତର ମହାପଦା, କୁରାଢ଼ିଆ ପଞ୍ଚାୟତର ପରମାନନ୍ଦପୁର ଏବଂ ବାଲେଶ୍ୱର ପୌରପାଳିକାର ୧୮ ଓ ୩୧ ନମ୍ବର ୱାର୍ଡ ଅନ୍ତର୍ଗତ ଅରଡ଼ ବଜାର ଅଞ୍ଚଳରେ ଓଜେସି ପକ୍ଷରୁ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲା । ବନ୍ୟା ଯୋଗୁଁ ଘରଦ୍ୱାର, ଜୀବିକା ଓ ଦୈନନ୍ଦିନ ଜୀବନ ବ୍ୟାହତ ହୋଇଥିବା ପରିବାରଗୁଡ଼ିକ ପାଖରେ ପହଞ୍ଚି ସାନ୍ତ୍ବନା ଦେବାସହ ଦୁର୍ଦ୍ଦିନରେ ସେମାନଙ୍କ ସହ ଓଜେସି ସବୁବେଳେ ରହିଛି ବୋଲି ଦଳ ପକ୍ଷରୁ କୁହାଯାଇଥିଲା।
ଯୁବନେତା ଅରିଜିତ ଘୋଷାଲଙ୍କ ନେତୃତ୍ବରେ ଓଜେସି ପ୍ରତିନିଧିମାନେ ବନ୍ୟା ପ୍ରଭାବିତ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ । କ୍ଷୀରୋଦ ପ୍ରଧାନ, ତପନ ସିଂ, ସ୍ମୃତିତୀର୍ଥ ମହାନ୍ତି, ସଞ୍ଜୟ କୁମାର ଜେନା, ତପନ କୁମାର ଦାସ, କରୁଣାକର ଦାସ, କାଶୀନାଥ ଦାସ, ଶିବ ସେଠୀ, ରଞ୍ଜନ ଧଳ, ଅଶୋକ ମହାଳିକ, ଜୟନ୍ତ ମହାଳିକ ପ୍ରମୁଖ ରିଲିଫ ସାମଗ୍ରୀ ବଣ୍ଟନରେ ସହଯୋଗ କରିଥିଲେ । ଓଡିଶା ଯୁବ ଜନତା କଂଗ୍ରେସର ସଭାପତି ଆର୍ଯ୍ୟବୀର ଲେଙ୍କା ଏବଂ ଦୁଷ୍ମନ୍ତ ମଲିକ, ସତ୍ୟଜିତ ମଲ୍ଲିକ, ଆଦିତ୍ୟ ପ୍ରସାଦ ମିଶ୍ର ଓ ସୈାନକ ସୁଭାଶିଷ ସାମଲ ଉପସ୍ଥିତ ରହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମକୁ ତ୍ବରାନିତ କରିଥିଲେ ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜନୈତିକ ଭେଦଭାବ ଭୁଲି ପ୍ରତ୍ୟେକ ପ୍ରଭାବିତ ପରିବାରଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇବା ଆମ ସମସ୍ତଙ୍କ ଦାୟିତ୍ୱ । ବନ୍ୟା ପରିସ୍ଥିତିରେ ପ୍ରଭାବିତ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ସରକାର ଅଧିକ ତତ୍ପରତାର ସହ କାର୍ଯ୍ୟ କରିବା ସହ ଆବଶ୍ୟକୀୟ ରିଲିଫ ଓ ପୁନର୍ବାସ ସହାୟତା ଯୋଗାଇଦେବା ଆବଶ୍ୟକ ବୋଲି ଓଡିଶା ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା ଦାବି କରିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ ସହ ଆଗାମୀ ଦିନରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ଲୋକଙ୍କ ପାଖରେ ପହଞ୍ଚି ସହଯୋଗ ଜାରି ରଖିବାକୁ ଓଜେସି ପ୍ରତିବଦ୍ଧ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଅରିଜିତ ଘୋଷାଲ
ଯୁବନେତା, ବାଲେଶ୍ୱର ଓଜେସି

Leave A Reply

Your email address will not be published.