ଗଜପତି,୧୮.୮(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ରେ ଆସିଛି ଏକ ଅପ୍ରୀତିକର ଖବର। ଜଣେ ୬୫ ବର୍ଷୀୟ ବୃଦ୍ଧ ଙ୍କୁ ଅପମାନ ଜନକ ମନ୍ତବ୍ୟ ଦେବା ଓ ଜାତି ବୟସ ତଥା ଶିକ୍ଷାଗତ ଯୋଗ୍ୟତା କୁ ନେଇ ଆକ୍ଷେପ କରିବା ତଥା ଧମକ ଦେବା ଅଭିଯୋଗରେ ଗୁମ୍ମା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲେରାମ ମାରାଣ୍ଡି ପାରଳାଖେମୁଣ୍ଡି ଏସ୍ ଡି ଜେ ଏମ୍ କୋର୍ଟ ରେ ହାଜର ହୋଇ ଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ ଗୁମ୍ମା ଖ୍ରୀଷ୍ଟିଆନ୍ ସାହିର ୬୫ ବର୍ଷୀୟ ଅଜୟ ବଡ ନାୟକ ନାମକ ଜଣେ ବ୍ୟକ୍ତି ଅଞ୍ଚଳର ସମସ୍ୟା ନେଇ ଯାଉଥିବା ବେଳେ ଗୁମ୍ମା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲେରାମ ମାରାଣ୍ଡି ତାଙ୍କୁ ଦୁର୍ବ୍ୟବହାର କରିଥିବା ସେରଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଥାନା ରେ ଏତଲା ଗ୍ରହଣ ନ କରିବା ହେତୁ ସେ କୋର୍ଟ ର ଦ୍ୱାରସ୍ଥ ହୋଇ ଥିଲେ। ଗୁମ୍ମା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲେରାମ ମାରାଣ୍ଡି ଅଜୟ ବଡ ନାୟକଙ୍କୁ ଦୁର୍ବ୍ୟବହାର କରିବା ସମୟରେ ଗୁମ୍ମା ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଗୀତାଞ୍ଜଳି ବର୍ଦ୍ଧନ ଓ ଗ୍ରାମର ଯୁବକ ସନ୍ତୋଷ କୁମାର ପରିଚ୍ଛା ଉପସ୍ଥିତ ଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.