ମୋହନା,୧୮।୮(ମନୋଜ କୁମାର ପାଢୀ): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା ଗାଁ ନିକଟସ୍ଥ ଜଙ୍ଗଲରେ। ଅଡବା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ଆଟାପଡ଼ା ଗାଁ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ବିପୁଳ ମାତ୍ରାରେ ଗଞ୍ଜେଇ ଗଚ୍ଛିତ ରଖିଥିବା ନେଇ ସୂଚନା ପାଇଥିଲା।
ଏହାପରେ ପୋଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଚଢ଼ାଉରେ ୨୮ ଗୋଟି ଗଞ୍ଜେଇ ବସ୍ତା ଜବତ ହୋଇଛି । ଉକ୍ତ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା ଯାହାର ପରିମାଣ ୭୦୨ କିଲୋରୁ ଉର୍ଦ୍ଧ୍ବ ହୋଇଥିଲା । ଜବତ୍ ଗଞ୍ଜେଇର ଆନୁମାନିକ ବଜାର ଦର ୭୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅଡବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଗଞ୍ଜେଇ ଚୋରା ଚାଲାଣରେ କିଏ କିଏ ସାମିଲ ଅଛନ୍ତି ଓ କେଉଁଠିକି ନେବା ପାଇଁ ଗଚ୍ଛିତ ରଖାଯାଇଥିଲା ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।
Sign in
Sign in
Recover your password.
A password will be e-mailed to you.