କୁରାଳରେ ଏକଦିବସୀୟ ଯଜ୍ଞ ଅନୁଷ୍ଠିତ

0

ନୟାଗଡ଼(୧୬/୮): ଓଡ଼ଗାଁ ବ୍ଳକର ମନ୍ଦିର ମାଳନୀ ଗ୍ରାମ କୁରାଳରେ ଆଜି ମାଆ ରାମଚଣ୍ଡୀଙ୍କ ପ୍ରାଙ୍ଗଣରେ ଏକଦିବସୀୟ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।କୁରାଳ ବୈଦିକ ବ୍ରାହ୍ମଣ ସମାଜର ସଭାପତି ସୁଶାନ୍ତ କୁମାର ମିଶ୍ର,ସମ୍ପାଦକ ଜଗନ୍ନାଥ ମିଶ୍ର,କୋଷାଧ୍ୟକ୍ଷ ତପନ କୁମାର ତ୍ରିପାଠୀ ଏବଂ କୁରାଳ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାର ପ୍ରାୟ ୧୫ ଟି ଶାସନରୁ ମୋଟ ୧୫୭ ଜଣ ବୈଦିକ ବ୍ରାହ୍ମଣ ଯୋଗ ଦେଇଥିଲେ।ସମସ୍ତ ବ୍ରାହ୍ମଣଙ୍କୁ ଅର୍ଚ୍ଚନା କରାଯାଇ ବସ୍ତ୍ର ଓ ଦକ୍ଷିଣାଦ୍ୱାରା ବରଣ କରାଯାଇଥିଲା।ମୁଖ୍ୟ ଆଚାର୍ଯ୍ୟ ସନ୍ତୋଷ କୁମାର ତ୍ରିପାଠୀ ଙ୍କ ଦ୍ୱାରା ପ୍ରଥମେ ସୂର୍ଯ୍ୟ ପୂଜା ଓ ପୀଠ ପୂଜା ସମ୍ପାଦନ କରାଯାଇଥିଲା।ଗ୍ରାମବାସୀ ଙ୍କ ତରଫରୁ ମୃଦଙ୍ଗ, ଘଣ୍ଟ,କାହାଳୀ ଓ ହୁଳହୁଳି ସହିତ ସମସ୍ତ ବ୍ରାହ୍ମଣ ମାନେ କୁରାଳ ଗ୍ରାମ ପରିକ୍ରମା କରିଥିଲେ।ପ୍ରତ୍ୟେକ ସାହିରେ ପୁରୁଷ ଓ ମହିଳାମାନଙ୍କ ଦ୍ୱାରା ବ୍ରାହ୍ମଣମାନଙ୍କ ଚରଣ ଧୌତକରି ପୁଷ୍ପ, ଚନ୍ଦନ ଦେଇ ବନ୍ଦାପନା କରିବା ସହିତ ପଣାପାଣି ଫଳସେବନର ବ୍ୟବସ୍ଥା କରିଥିଲେ।ବ୍ରାହ୍ମଣମାନଙ୍କ ବେଦଧ୍ୱନିରେ ଗ୍ରାମ ପ୍ରକମ୍ପିତ ହେଉଥିଲା।ପଣ୍ଡିତ ଲଡୁକିଶୋର ରଥ,ହେମନ୍ତ କୁମାର ହୋତା,ତୋଫାନ ତ୍ରିପାଠୀ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଚଣ୍ଡୀପାଠ ସହିତ ଯଜ୍ଞରେ ଆହୁତି ପ୍ରଦାନ କରାଯାଇଥିଲା।

ଅଭିଷେକ କାର୍ଯ୍ୟ ଓ ପୂର୍ଣ୍ଣାହୁତି କାର୍ଯ୍ୟ ଶେଷ ହେବାପରେ ବ୍ରାହ୍ମଣ ମାନଙ୍କ ଦ୍ୱାରା ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା ଏଥିରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବ୍ରାହ୍ମଣ ମାନେ ବର୍ତ୍ତମାନ ସମୟରେ ବ୍ରାହ୍ମଣମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ।ନୟାଗଡ଼ ଜଗନ୍ନାଥ ମନ୍ଦିର ଓ ଲଡୁବାବାଙ୍କ ପରିଚ୍ଛା ପ୍ରଭାକର ମିଶ୍ର ଓ ତୋଶୋବନ୍ତ କର ଯୋଗଦେଇ ବ୍ରାହ୍ମଣ ଧର୍ମର ସୁରକ୍ଷା ଉପରେ ଆଲୋଚନା କରିଥିଲେ।ଫକୀରମୋହନ ମିଶ୍ର, ଭାବଗ୍ରାହୀ କର,ସତ୍ୟନାରାୟଣ ଷଢ଼ଙ୍ଗୀ, ଜଗଦୀଶ ଦାଶ ,ନିରାକାର ଆଚାର୍ଯ୍ୟ ପ୍ରମୁଖ ପଣ୍ଡିତ ମାନେ ବିଭିନ୍ନ ଆଲୋଚନା ରଖିଥିଲେ।ପରେ ଲଳିତ ମୋହନ ତ୍ରିପାଠୀ ଓ କମଳାକାନ୍ତ ରଥଙ୍କ ବେଦପାଠ ସହିତ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା।ଏଥିରେ ଜଗମୋହନ ମିଶ୍ର, ନୃସିଂହ ଶତପଥୀ, ଲିଙ୍ଗରାଜ ତ୍ରିପାଠୀ, ପ୍ରଦୀପ୍ତ ଶତପଥୀ ,ବିଷ୍ଣପ୍ରସାଦ ତ୍ରିପାଠୀ, ନୀଳକଣ୍ଠ ମିଶ୍ର,ବିରେନ୍ଦ୍ର ଶତପଥୀ ଓ ରଞ୍ଜନ କୁମାର ଦାଶ ସହଯୋଗ କରିଥିଲେ। ରିପୋର୍ଟ-ସନାତନ ମହାକୁଡ଼

Leave A Reply

Your email address will not be published.