ସିବିଆଇ ଡ଼ିଏସପି ସଞ୍ଜୟ ସାମଲ ରାଷ୍ଟ୍ରପତି ପୁଲିସ ପଦକ ପାଇଁ ବିବେଚିତ ! ଅଂଚଳରେ ଖୁସିର ଲହରୀ

0

ପଟ୍ଟାମୁଣ୍ଡାଇ୧୪/୮ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବାଚ୍ଛରା ପଞ୍ଚାୟତ ମଣ୍ଡପଡା ଗ୍ରାମର ବିଶିଷ୍ଟ ଶିକ୍ଷାବିତ ସ୍ବର୍ଗତ ବନମାଳୀ ସାମଲଙ୍କ ପୁଅ ସଞ୍ଜୟ କୁମାର ସାମଲ ଚଳିତ ବର୍ଷ ‘ ରାଷ୍ଟ୍ରପତି ପୁଲିସ ପଦକ – ବିଶିଷ୍ଟ ସେବା ‘( ଇଣ୍ଡିଆନ ପୁଲିସ ମେଡାଲ ଫର ମେରିଟୋରିଆସ ସର୍ଭିସ) ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଶ୍ରୀ ସାମଲ ବର୍ତ୍ତମାନ କେନ୍ଦ୍ରୀୟ ତଦନ୍ତ ବ୍ୟରୋ(ସି ବି ଆଇ), ବିଶାଖାପାଟଣା ରେ ଡ଼ି ଏସ ପି ଭାବେ କାର୍ଯ୍ୟରତ ଅଛନ୍ତି। ଏହି ସମ୍ମାନର ଶ୍ରେୟ ନିଜର ସ୍ୱର୍ଗବାସି ପିତାଙ୍କୁ ଉତ୍ସର୍ଗ କରିଥିବାନେଇ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଶ୍ରୀ ସାମଲ ସିବିଆଇରେ ଦୀର୍ଘ ଓ ଗୌରବମୟ କାର୍ଯ୍ୟକାଳ ମଧ୍ୟରେ ଓଡିଶା ଚିଟଫଣ୍ଡ ଦୁର୍ନୀତି ମାମଲା, ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି, ଆନ୍ଧ୍ରପ୍ରଦେଶ ସୋସିଆଲ ମିଡ଼ିଆ ମାମଲା ଓ ତିରୁପତି ଲଡ଼ୁ ମାମଲା ଆଦି ଅନେକ ଗୁରୁତ୍ୱପୂର୍ଣ, ସମ୍ବେଦନଶୀଳ ଓ ବହୁଚର୍ଚ୍ଚିତ ମାମଲାର ତଦନ୍ତ ସହିତ ଜଡିତ ଅଛନ୍ତି। ତାଙ୍କର ଗତିଶୀଳ ବ୍ୟକ୍ତିତ୍ୱ, ସଚୋଟତା, କର୍ତ୍ତବ୍ୟନିଷ୍ଠା ଓ ଦାୟିତ୍ୱପ୍ରତି ପ୍ରତିବଦ୍ଧତା ପାଇଁ ଏହି ରାଷ୍ଟ୍ରୀୟ ସମ୍ମାନ ଅର୍ଜ୍ଜନ କରିଛନ୍ତି। ଜଣେ ଆଦର୍ଶ ଓ ମୂଲ୍ୟବୋଧରେ ବିଶ୍ୱାସ ରଖିଥିବା ଦିବଂଗତ ପ୍ରଧାନ ଶିକ୍ଷକଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀ ସଞ୍ଜୟ ସାମଲଏହି ଅନନ୍ୟ ସଫଳତା ନିଜ ଜନ୍ମମାଟି ମଣ୍ଡପଡା ସହିତ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଗୌରବର ବିଷୟ।ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ବର୍ଷିଆନ ସମାଜସେବି ବରାହ ଚରଣ ସାମଲ, ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଶିକ୍ଷାବିତ ପ୍ରଫେସର ଅନିରୁଦ୍ଧ ରାଉଳ, ଅବସରପ୍ରାପ୍ତ ପ୍ରଶାସକ କେଳୁଚରଣ ସ୍ୱାଇଁ, ପ୍ରାକ୍ତନ ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ରାଉଳ,ରାଜ୍ୟପାଳ ପୁରସ୍କୃତ ପ୍ରାକ୍ତନ ପ୍ରଧାନଶିକ୍ଷକ କଣ୍ଡୁରି ଚରଣ ସ୍ୱାଇଁ,ଦିଲ୍ଲୀ ହାଉସଖାସ ଜଗନ୍ନାଥମନ୍ଦିରର ପୂର୍ବତନ କୋଷାଧକ୍ଷ ରବିନାରାୟଣ ସାମଲ,ଆଡ଼ଭୋକେଟ ବିଜୟ କୁମାର ସାମଲ, କେନ୍ଦ୍ରାପଡ଼ା ଜିଲ୍ଲା ଉଷୁ କ୍ରୀଡା ସଙ୍ଘ ସଭାପତି ଯୁବ ସମାଜସେବୀ ସଂଗ୍ରାମ ସାମଲ ତଥା ବାଲିପାଟଣା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଙ୍ଘ ଓ ମଣ୍ଡପଡା ଭଜନେଶ୍ୱର ଉଚ୍ଚବିଦ୍ୟାଳୟର ଷ୍ଟାଫ,ଯେଉଁଠି ଶ୍ରୀ ସାମଲ କିଛିଦିନ ଶିକ୍ଷକତା କରି ସିବିଆଇ ରେ ଯୋଗଦେଇ ଥିଲେ। ରାଷ୍ଟ୍ରପତି ପଦକ ପାଇ ଶ୍ରୀ ସାମଲ ଗାଁକୁ ଫେରିଲେ ମଣ୍ଡପଡା ଭଜନେସ୍ୱର ଉଚ୍ଚ ବିଦ୍ୟାଳୟ ଓ ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତି ହୋଇଥିବା ଜଣାଯାଏ।

Leave A Reply

Your email address will not be published.