ବୈପାରିଗୁଡା: ରାସ୍ତାକଡ଼ରେ ଡମ୍ଫିଂୟାର୍ଡ କରାଯାଇ ପରିବେଶ ଦୂଷିତ କରାଯାଉଥିବା ଅଭିଯୋଗ ଆଣି ତୁରନ୍ତ ବନ୍ଦ କରିବା ପାଇଁ ବିଡ଼ିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ୩ଟି ଗ୍ରାମର ଗ୍ରାମବାସୀ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ପଞ୍ଚାୟତର ବାଗ୍ରାଗୁଡା, ଗାଦବାଗୁଡା ଏବଂ କାଣ୍ଡକିଗୁଡା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବୈପାରିଗୁଡା ସହରରୁ ପ୍ରତିଦିନ ଅଳିଆ ଆବର୍ଜ୍ଜନା ସଂଗ୍ରହ କରାଯାଇ ମଇଳା ଗାଡ଼ି ଯୋଗେ ଏହି ତିନୋଟି ଗ୍ରାମସହ ବୈପାରିଗୁଡା ବ୍ଲକ ସଦର ମହକୁମାକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ପକା ଯାଉଛି। ଅଘୋଷିତ ଭାବେ ଏହି ଡମ୍ଫିଂୟାର୍ଡ କରାଯାଇଥିବାରୁ ଏହି ରାସ୍ତା ଦେଇ ବାଗ୍ରାଗୁଡା, ଗାଦବାଗୁଡା ଏବଂ କାଣ୍ଡକିଗୁଡାର ଗ୍ରାମବାସୀମାନେ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୁଢ଼ କୁଢ଼ ମଇଳା ଯୋଗୁ ପରିବେଶ ଦୂଷିତ ହେବାକୁ ବସିଲାଣି। ପଚାସଢା ଜିନିଷର ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ବୈପାରିଗୁଡା ଯାଏ ଯିବା ପାଇଁ ଅନ୍ୟ କୈାଣସି ବିକଳ୍ପ ରାସ୍ତା ନଥିବାରୁ ଲୋକେ ଉପାୟହୀନ ହୋଇ ଯାଆ ଆସ କରୁଛନ୍ତି। ହୋଟେଲର ବଳକା ଖାଦ୍ୟ ସାମଗ୍ରୀ ମଧ୍ୟ ଫୋପଡା ଯାଉଥିବାରୁ ସେଠାରେ ବୁଲା କୁକୁରଙ୍କ ଭିଡ଼ ଜମୁଛି। ଏହି ରାସ୍ତା ଦେଇ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଏହି ବୁଲା କୁକୁର ଦଳ କାମୁଡିବା ପାଇଁ ଗୋଡାଉ ଥିବାରୁ ସେମାନେ ସ୍କୁଲକୁ ଯିବା ପାଇଁ ଅମଙ୍ଗ ହେଉଛନ୍ତି। ପରିବେଶର ସୁରକ୍ଷା ଦାବି ସହ ଡମ୍ଫିଂୟାର୍ଡ ତୁରନ୍ତ ବନ୍ଦ କରି ଲୋକଙ୍କୁ ସୁରକ୍ଷା ଦେବାପାଇଁ ୩ଟି ଗ୍ରାମର ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.