ଜାତୀୟ ମଞ୍ଚରେ ଗଜପତିର ଛାତ୍ରୀ ଅନନ୍ୟାଙ୍କ କମାଲ

0

ଆର, ଉଦୟଗିରି 11/08/2026: ଜାତୀୟସ୍ତରୀୟ ପ୍ରେରଣା ଉତ୍ସବରେ ଯୋଗଦେଇ ଗଜପତି ଜିଲ୍ଲା ସମେତ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରା.ଉଦୟଗିରି ବ୍ଲକ୍‌ର ଛାତ୍ରୀ ଅନନ୍ୟା ଷଡ଼ଙ୍ଗୀ। ପାରଳାଖେମୁଣ୍ଡିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଆୟୋଜିତ ପ୍ରେରଣ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରି ସ୍ୱରଚିତ କବିତା ଓ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ନିଜ ପ୍ରତିଭାର ପରିଚୟ ଦେଇଥିଲେ।
ଏଥିରେ କୃତିତ୍ୱ ହାସଲ କରିବା ପରେ ଅନନ୍ୟା ଅଗଷ୍ଟ ୨ରୁ ୮ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଭଦନଗରଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ ଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସଫଳତାର ସହ କାର୍ଯ୍ୟକ୍ରମ ସମ୍ପନ୍ନ କରି ମାନପତ୍ର ହାସଲ କରିଛନ୍ତି। ଅନନ୍ୟା ବର୍ତ୍ତମାନ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀରେ ଅଧ୍ୟୟନରତ। ତାଙ୍କ ସହ ଯାଇଥିବା ତତ୍ତ୍ୱାବଧାରିକା ଶିକ୍ଷୟିତ୍ରୀ ସୁଶ୍ରୀ ରଞ୍ଜିତା ମହାନ୍ତିଙ୍କୁ ଏହି ସମ୍ମାନ ସମର୍ପଣ କରିଥିବା ଅନନ୍ୟା କହିଛନ୍ତି। ତାଙ୍କ ଏହି ସଫଳତାରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Leave A Reply

Your email address will not be published.