ବିକଳାଙ୍ଗ ପିଲାଙ୍କୁ ଜେ ଆର୍ ସି କର୍ମୀଙ୍କ ଖାଦ୍ୟ ବଣ୍ଟନ।

""ମାନବ ସେବା ହିଁ ମାଧବ ସେବା "

0

ମୋହନା,୧୦.୮(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ମାନସିକ ଅନଗ୍ରସର ଓ ମସ୍ତିକ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟରେ ରହୁଥିବା ବିକଳାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ସାକ୍ଷ୍ୟାତ ଉଦ୍ଦେଶ୍ୟରେ ଜୁନିଅର ରେଡ଼କ୍ରସର ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାସ ଓ ସମ୍ବଳ ସାଧନ କର୍ମୀ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଯାଇଥିଲେ। ସେଠାକାର ଛାତ୍ରାବାସରେ ରହୁଥିବା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ସାକ୍ଷାତ କରି ତାଙ୍କ ସହିତ ଆଳାପ ଆଲୋଚନା କରିଥିଲେ। ତତ୍ ସହିତ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ଗିରିଜା ମିଶ୍ର ଏବଂ ଶିକ୍ଷକ ଶ୍ରୀଯୁକ୍ତ ଦେବାଶିଷ ନନ୍ଦଙ୍କ ସହିତ ପିଲାମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବଂ ଖାଦ୍ୟ ପାନୀୟ ଆଦି ବିଷୟରେ ପଚାରି ବୁଝିଥିଲେ। ପରି ଶେଷରେ ଛୋଟ ଛୋଟ ପିଲା ମାନଙ୍କର ମୁହଁରେ ହସ ଫୁଟାଇବା ଲାଗି ରେଡକ୍ରସ କର୍ମୀ ଦୁଇ ଜଣ ବିସ୍କୁଟ ଏବଂ ଚକୋଲେଟ ବଣ୍ଟନ କରି ପିଲାମାନଙ୍କୁ ଖୁସି କରାଇଥିଲେ।ପିଲାମାନେ ଆନନ୍ଦ ରେ ଖାଦ୍ୟ ପୁଡିଆ ଗ୍ରହଣ କରି ଖୁସି ରେ ଜୁନିଅର ରେଡକ୍ରସକୁ ଧନ୍ୟବାଦ ଜଣାଇବା ସହିତ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ଜୁନିଅର ରେଡ଼କ୍ରସକୁ ସାଧୁବାଦ ଜଣାଇଛନ୍ତି।ଜୁନିଅର ରେଡକ୍ରସ ର ଶପଥ ପାଠରେ କୁହାଯାଉଥିବା ଦୁସ୍ଥ, ପୀଡିତ ଓ ଅସହାୟ ମାନଂକର ସେବା କରିବା ପ୍ରତିଜ୍ଞା କୁ ଏହି ଦୁଇ ଜଣ ରେଡକ୍ରସ କର୍ମୀ ଦୁସ୍ଥ ମାନଙ୍କର ସେବା କରି ଉଦାହରଣ ପାଲଟିଛନ୍ତି।

Leave A Reply

Your email address will not be published.