ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

0

ମୋହନା,୧୦।୮( ମନୋଜ ପାଢ଼ୀ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ ଜବତ କରିଛି ଅବକାରୀ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ଜିଲା ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ପ୍ରାୟ ୯୦୦ କିଲୋଗ୍ରାମ ମହୁଲି ଫୁଲ ଜବତ କରାଯାଇଛି।ଏହି ଘଟଣାରେ କ୍ରିସ୍ପିନା ବେହେରା ( ୫୫ ) ନାମକ ଜଣେ ଯୁବକଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।ମହୁଲି ଫୁଲ ଜବତ ଘଟଣାକୁ ନେଇ ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।ସେହିପରି କିରିମ୍ବା ଗାଁ ନିକଟସ୍ଥ ଜଙ୍ଗଲ ରେ ମହୁଲି ମଦ ରନ୍ଧା ହୋଇଥିବା ଖବର ପାଇ ଚଢ଼ାଉ କରିଥିଲା ଅବକାରୀ ବିଭାଗ। ଚଢ଼ାଉରେ ୩୪୦୦ ମହୁଲି ପୋଚ ନଷ୍ଟ କରାଯାଇଥିବାବେଳେ ୧୬୦ ଲିଟର ମହୁଲି ମଦ ଜବତ କରିଛି ଅବକାରୀ ବିଭାଗ। ଏହି ମହୁଲି ମଦ ରନ୍ଧା କାରବାରରେ ଲୁଲୁ ବଳିଆରସିଂ ( ୩୬ )ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉରେ ଜିଲା ମୋବାଇଲ ୟୁନିଟ ସହ ମୋହନା ଅବକାରୀ ବିଭା ର କର୍ମଚାରୀ ମିଳିତରେ ଚଢ଼ାଉ କରାଯାଇଥିଲା।

Leave A Reply

Your email address will not be published.