ଗଜପତି,୧୦.୮(ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡି ରେଳଷ୍ଟେସନଠାରେ ଆଜି ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଯାଇଛି। ରାଉରକେଲାଠାରୁ ଗୁଣପୁର ଅଭିମୁଖେ ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସରୁ ଜଣେ ଯୁବକ ଖସି ପଡ଼ି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ରାୟଗଡ ଗ୍ରାମର ଆକାଶ ପ୍ରଧାନ ନାମକ ଯୁବକ ଜଣକ ନିଜର ସମ୍ପର୍କୀୟଙ୍କୁ ଗାଡ଼ିରେ ବସାଇ ଓହ୍ଲାଉଥିବା ସମୟରେ ଭାରସାମ୍ୟ ହରାଇ ଟ୍ରେନରୁ ତଳକୁ ଖସି ପଡ଼ିଥିଲେ।ଘଟଣାସ୍ଥଳରେ ଉପସ୍ଥିତ ଥିବା ଜନସାଧାରଣ ଏବଂ ରେଳ ବିଭାଗର କର୍ମଚାରୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ତାଙ୍କର ଅଣ୍ଟାରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି।ପୁଲିସ ଓ ରେଳବାଇ କର୍ତ୍ତୃପକ୍ଷ ଏହି ଘଟଣାର ଅଧିକ ଅନୁସନ୍ଧାନ କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.