ଭୁବନେଶ୍ଵର : IIRF ରାଙ୍କିଂରେ ଚମକିଲା ଓଡ଼ିଶା। ଏମ୍ସକୁ ପଛରେ ପକାଇଲା SCB। ଜାତୀୟ ସ୍ତରରେ ୩ ପ୍ରମୁଖ ମେଡିକାଲ କଲେଜର ଉଲ୍ଲେଖନୀୟ ସଫଳତା। ସବୁଠାରୁ ବଡ଼ କଥା ହେଉଛି, କଟକର SCB ମେଡିକାଲ କଲେଜ ଓ ହସ୍ପିଟାଲ ୧୫ତମ ସ୍ଥାନରେ ରହି ଏମ୍ସ ଭୁବନେଶ୍ୱରକୁ ପଛରେ ପକାଇଛି। ଏମ୍ସ ଭୁବନେଶ୍ୱର ୧୬ତମ ସ୍ଥାନରେ ରହିଥିବା ବେଳେ ବୁର୍ଲାର VIMSAR ୬୪ତମ ଏବଂ ବ୍ରହ୍ମପୁରର MKCG ମେଡିକାଲ କଲେଜ ୭୪ତମ ସ୍ଥାନ ହାସଲ କରିଛି।
ଏହି ରାଙ୍କିଂ ଓଡ଼ିଶାର ସରକାରୀ ଚିକିତ୍ସା ଶିକ୍ଷା, ଗବେଷଣା, ଭିତ୍ତିଭୂମି ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ବଢ଼ୁଥିବା ମାନର ଏକ ବଡ଼ ପ୍ରମାଣ। ସଫଳତା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମସ୍ତ ମେଡିକାଲ କଲେଜର ଡାକ୍ତର, ଅଧ୍ୟାପକ, ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।