ଅନୁଗୁଳ :ନାଳରେ ଭାସିଗଲେ ୨ କାଉଡ଼ିଆ। ଅନୁଗୁଳ ଟିପିରିସିଂହା ନିକଟ ଲିଙ୍ଗରା ନାଳରେ ଭାସିଗଲେ ୨ କାଉଡ଼ିଆ। ଜଳାଭିଷେକ ପାଇଁ ପାଣି ଆଣିବାକୁ ଯାଇଥିବା ବେଳେ ଭାସିଗଲେ।
ଜଣେ କାଉଡ଼ିଆଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଉ ଜଣେ କାଉଡିଆ ନିଖୋଜ ଅଛନ୍ତି। ଅଗ୍ନିଶମ ଟିମ୍ ଦ୍ବାରା ଉଦ୍ଧାର କାମ ଜାରି ରହିଛି।