ମୋହନା,୯.୮(ମନୋଜ ପାଢ଼ୀ):ଆଜି ଦୌଲିଆପଡା ସ୍ଥିତ ସମାଜ କୋଠ ଘର ଠାରେ ଚିକିଟି -ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ର ସମସ୍ତ ଗ୍ରାମ୍ୟ ଓ ଆଞ୍ଚଳିକ ପରିଷଦ ର ସଭାପତି,ସମ୍ପାଦକ ଓ କୋଷାଧକ୍ଷ ଙ୍କ ସହଯୋଗ ରେ କେନ୍ଦ୍ରୀୟ ପରିଷଦ ର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ ଙ୍କ ଅଧକ୍ଷତା ରେ କେନ୍ଦ୍ରୀୟ ପରିଷଦ ର ନୂତନ କର୍ମକର୍ତା ଚୟନ କରାଯାଇଥିଲା ଏଥିରେ ଉପଦେଷ୍ଟା ଶ୍ରୀ ଯୋଗୀ ସାହୁ, ସଭାପତି ଶ୍ରୀ ଦଣ୍ଡାସୀ ସାହୁ, ଉପସଭାପତି ଶ୍ରୀ ପ୍ରଶାନ୍ତ ସାହୁ (ଚିକିଟି ),ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ ସାହୁ ପୁନର୍ବାର ନିର୍ବାଚିତ ହୋଇଥିଲେ ତାହା ସହିତ କେନ୍ଦ୍ରୀୟ ପରିଷଦ ର ପ୍ରାୟ ବାଇସୀ ଜଣ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଥିଲା ଏଥିରେ ପାଞ୍ଚ ଜଣ ମହିଳା ସଭ୍ୟା ଙ୍କୁ ସ୍ଥାନ ଦେବା ପାଇଁ ନିର୍ବାଚନ ଅଧିକାରୀ ନିଷ୍ପତି ନେଇଛନ୍ତି।


ପ୍ରତ୍ୟେକ ଗ୍ରାମ୍ୟ,ଆଞ୍ଚଳିକ ଓ କେନ୍ଦ୍ରୀୟ ପରିଷଦ ନିର୍ବାଚନ ପ୍ରକ୍ରିୟାରେ ଯୁବ ପିଢ଼ି ଆଗକୁ ଆସିଥିବାରୁ ସଭାପତି ଶ୍ରୀ ସାହୁ ଖୁସି ବ୍ୟକ୍ତ କରିଥିଲେ।ଏହି ନିର୍ବାଚନ ରେ ଶ୍ରୀ ଦଣ୍ଡାସି ସାହୁ ଙ୍କୁ ଦ୍ୱିତୀୟ ଥର ନିମନ୍ତେ କେନ୍ଦ୍ରୀୟ ପରିଷଦ ସଭାପତି ମନୋନୀତ କରିଥିବା ଜଣାପଡିଛି।