ଯୁବ କମଳକାନ୍ତକୁ କଳା ଓ ସଂସ୍କୃତି ସଂଘର ଉପସଭାପତି ଦାୟିତ୍ବ ମିଳିଲା ।

0

ଆର,ଉଦୟଗିରି(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର କଳା ଓ ସଂସ୍କୃତି ସଂଘର ଉପସଭାପତି ଭାବେ ଯୁବ କମଳାକାନ୍ତ ମାଳବିଷୋୟୀ ସର୍ବସମ୍ମତି କ୍ରମେ ଚୟନ କରାଗଲା । ସ୍ଥାନୀୟ ବ୍ଲକର ୧୭ଟି ପଞ୍ଚାୟତର ଲୋକକଳା ସଂଘର ନେଇ ଗଠିତ । ଏହି ବ୍ଳକସ୍ତରୀୟ ସଂଘରେ ବିଡିଓ ସଭାପତି ରହିଥିବା ବେଳେ କମଳକାନ୍ତ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ସେ ଆସନ୍ତା ୩ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବେ । ବ୍ଳକ ଅଞ୍ଚଳରେ ଲୁଚି ଯାଉଥିବା କଳାକୁ ସର୍ବସମ୍ମୁଖକୁ ଆଣିବା ସହ ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବେ । ଚହନ ସମୟରେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ଉଦୟଭାନୁ , ଅବାରସିଂ ସରପଞ୍ଚ ସୁକୁଲି ରଇତ ଓ ଅସିତ କୁମାର ସୁନ୍ଦରରାୟ ପାତ୍ରଙ୍କ ସମେତ ଅନ୍ୟାନ୍ୟ କଳାକାର ଉପସ୍ଥିତ ଥିଲେ ।

Leave A Reply

Your email address will not be published.