ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ

0

ଭୁବନେଶ୍ୱର ତା ୦୩.୦୮ ରିଖ ; ଚଳିତ ବର୍ଷର ପବିତ୍ର ରଥଯାତ୍ରା ଅବସରରେ ପୁରୀକୁ ଆସିଥିବା ଅଗଣିତ ଭକ୍ତଙ୍କ ସେବା ଉଦ୍ଦେଶ୍ୟରେ ବି.ଏମ. ଫାଉଣ୍ଡେସନ ଏବଂ ବି.ଏମ. ଆଲାଏନ୍ସ କନ୍ସଲଟାନ୍ସି ସର୍ଭିସେସ ପକ୍ଷରୁ କ୍ରମାଗତ ୯ ଦିନ ଧରି ମାଗଣାରେ ସୁସ୍ୱାଦୁ ରନ୍ଧା ଖାଦ୍ୟ, ବିଭିନ୍ନ ବ୍ୟଞ୍ଜନ, ଦହି ସରବତ, ଲେମ୍ବୁ ପାଣି ଓ ସ୍ୱଚ୍ଛ ପାନୀୟ ଜଳ ବୋତଲ ବଣ୍ଟନ କରାଯାଇଥିଲା।

ଏହି ସେବା କାର୍ଯ୍ୟକ୍ରମ ବି.ଏମ. ଫାଉଣ୍ଡେସନର ସଭାପତି ଡ଼ଃ ବ୍ରଜ କିଶୋର ପଣ୍ଡା ଏବଂ ବି.ଏମ. ଆଲାଏନ୍ସର ଗ୍ରୁପର ପରିଚାଳନା ନିର୍ଦେଶକ ମୀରା ମିଶ୍ରଙ୍କ ତତ୍ତ୍ୱାବଧାନରେ ସଫଳତାର ସହ ସମ୍ପାଦିତ ହୋଇଥିଲା। ପ୍ରାୟ ୧୫୦ରୁ ଅଧିକ ସାମାଜିକ କର୍ମୀ ଓ ବି.ଏମ. ଆଭାସୀ ସାକ୍ଷରତା ଅଭିଯାନର ସ୍ୱେଚ୍ଛାସେବୀ ମାନେ ପୁରୀ ବଡ଼ଦାଣ୍ଡର ବଡ଼ଶଙ୍ଖ ଛକସ୍ଥିତ ବି.ଏମ. ଫାଉଣ୍ଡେସନ ଖାଦ୍ୟ ଶିବିରରେ ଯୋଗଦେଇ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇଥିଲେ।

ଏହା ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ମୁକ୍ତ ଆକାଶ ରଙ୍ଗମଞ୍ଚରେ ବି.ଏମ. ଫାଉଣ୍ଡେସନ ଓ ବି.ଏମ. ଆଲାଏନ୍ସର ପ୍ରାୟୋଜନରେ ଓଡ଼ିଶୀ ନୃତ୍ୟ, ସଂଗୀତ ଏବଂ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ପ୍ରତିବର୍ଷ ପରି ରଥ ଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର ପାଇଁ ବି.ଏମ. ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ।

ଏହି ସେବା କାର୍ଯ୍ୟରେ କାମ୍ୟା ପଣ୍ଡା, ସତ୍ୟନାରାୟଣ ଜେନା, ସତ୍ୟବ୍ରତ ଦାସ, ମନୋରଞ୍ଜନ ସାମଲ, ସତ୍ୟ ପଣ୍ଡା, ଗିରିଧାରୀ ପଣ୍ଡା, ସାଇ ସୁବାଶିଷ ମିଶ୍ର, ରମେଶ ପ୍ରଧାନ, ଦିଲ୍ଲୀପ ସ୍ୱାଇଁ, ବିଶ୍ୱଜିତ ଓଝା, ହରିହର ସାହୁ, ବୀର ସାହୁ, ସଞ୍ଜୟ ଜେନା, ଜନ୍ମେଜୟ ପ୍ରଧାନ, ପ୍ରଜ୍ଞାନ ପ୍ରଧାନ, ଦେବୀ ଦାସ,ଜଗଦୀଶ ସାହୁ ବାଲୁଙ୍କେଶ୍ୱର ମାଝୀ, ସୌଦାମିନୀ ସ୍ୱାଇଁ, ମାମା ସାହୁ, ସୋନାଲି ସ୍ୱାଇଁ, ଜୟନ୍ତୀ ସ୍ୱାଇଁ, ପାୟଲ ସ୍ୱାଇଁ, ଶିବ ଦାସ ଏବଂ ବିଶ୍ୱ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଶିବିର ଉଦଯାପନ ସମୟରେ ବି.ଏମ. ଫାଉଣ୍ଡେସନର ସଭାପତି ଡ଼ଃ ବ୍ରଜ କିଶୋର ପଣ୍ଡା, ସମସ୍ତଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଶରଣାପନ୍ନ ହୋଇ ସମାଜସେବାର ପରମ ଆନନ୍ଦ ଅନୁଭବ କରିବା ସହିତ ମାନବ ସେବା ହିଁ ମାଧବ ସେବାର ଉତ୍କୃଷ୍ଟ ଉଦାହରଣ ସ୍ଥାପନରେ ସାମିଲ ହେବା ପାଇଁ ଆହ୍ୱାନ ଜଣାଇଥିଲେ ।

Leave A Reply

Your email address will not be published.