ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନର ତୃତୀୟ ଦିନରେ ପେଣ୍ଠପାଳ, ଅମୃତମଣୋହି ଓ ଵଲୁରିଆ ପଞ୍ଚାୟତ !
ପଟ୍ଟାମୁଣ୍ଡାଇ ୧/୮ : ଆଜି ବିଧାୟକ ଗଣେଶ୍ଵର ବେହେରାଙ୍କ ବନ୍ୟାଞ୍ଚଳ ପରିଦର୍ଶନର ତୃତୀୟ ଦିନ ସକାଳେ ୧୧ଟା ସମୟରେ ବିଧାୟକ ଶ୍ରୀ ବେହେରା ଓ ବିଜୁ ଜନତା ଦଳର ନିର୍ବାଚିତ ପ୍ରତିନିଧି ଓ କର୍ମକର୍ତ୍ତାମାନେ ବ୍ରାହ୍ମଣୀ ନଦୀର ବନ୍ୟାପ୍ଲାବିତ ପଟ୍ଟାମୁଣ୍ଡାଇ ବ୍ଲକର ପେଣ୍ଠପାଳ, ଅମୃତମଣୋହି ଓ ଵଲୁରିଆ ପଞ୍ଚାୟତ ଗସ୍ତକରି ଜଳବନ୍ଦୀ ଥିବା ଲୋକମାନଙ୍କର ସମସ୍ୟା ବିଷୟରେ ଅବଗତ ହେବା ସହିତ ଏହାର ଆଶୁ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିଵା ନିମନ୍ତେ ବିଧାୟକଙ୍କ ସହିତ ପରିଦର୍ଶନରେ ଯାଇଥିବା କେନ୍ଦ୍ରାପଡା ଉପଜିଲ୍ଲାପାଳ ଓ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ପରାମର୍ଶ ଦେଇଥିଲେ ।

ବିଶେଷକରି ବନ୍ୟା ପ୍ଲାବିତ ଅଂଚଳରେ ପାନୀୟଜଳର ବଡ଼ ସମସ୍ୟା ଦେଖାଦେଇଛି । କାରଣ ସମସ୍ତ ବନ୍ୟାଞ୍ଚଳରେ ବିଦ୍ୟୁତ କାଟ୍ ହୋଇଥିବାରୁ ପାଇପ ଜଳ ଯୋଗାଣ ବ୍ୟାହତ ହୋଇଛି ଓ ନଳକୂପ ଗୁଡିକ ବନ୍ୟାରେ ବୁଡ଼ି ରହିଛି।ତେଣୁ ପାନୀୟ ଜଳର ଘୋର ଅସୁବିଧା ସୃଷ୍ଟି ହୋଇଛି। ଦ୍ଵିତୀୟରେ ଗାଈ ଗୋରୁ ଛେଳି ଓ ମେଣ୍ଢା ସମସ୍ତ ଗୃହପାଳିତ ପଶୁମାନେ ବି ବିନା ଖାଦ୍ୟରେ ଦିନ କାଟୁଛନ୍ତି। ବନ୍ୟାଞ୍ଚଳ ମାନଙ୍କରେ କୁମ୍ଭୀର ଭୟ ଥିବାରୁ ଲୋକମାନେ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣମାନ କିଣିବାକୁ ବହାରକୁ ଆସୁ ନାହାନ୍ତି।ତେଣୁ ସରକାର ସମସ୍ୟାର ଗମ୍ଭୀରତା ହୃଦବୋଧ କରି ଅବିଳମ୍ବେ ବୋତଲ ପାଣି, ଗୋଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରିଵାକୁ ପରାମର୍ଶ ଦେଇଛନ୍ତି।
ସେହିପରି ଅପରାହ୍ନରେ ବିଧାୟକ ଶ୍ରୀ ବେହେରା ନିଳକଣ୍ଠପୁର ପଞ୍ଚାୟତର ସମସ୍ତ ବନ୍ୟାପ୍ଲାବିତ ସଵୁ ପଡା ଗ୍ରସ୍ତକରି ବନ୍ୟା ଦୁର୍ଗତଙ୍କୁ ଭେଟି ସମସ୍ତ ବିଷୟରେ ପଚାରି ବୁଝିଥିଲେ ।ଆଜି ସରକାରଙ୍କ ପକ୍ଷରୁ ଚୁଡ଼ା,ପାଣି ଵଟଲ,ଗୁଡ଼ ଦିଆଯାଇଛି।ଆଜି ରାତିସୁଦ୍ଧା ଗୋ ଖାଦ୍ୟ ପହଞ୍ଚିଵ ବୋଲି ଉପଜିଲ୍ଲାପାଳ କହିଛନ୍ତି। ଏହି ପରିଦର୍ଶନରେ ବିଧାୟକଙ୍କ ସମେତ ଜିଲ୍ଲାପରିଷଦ ସଭ୍ୟା ପ୍ରିୟଦର୍ଶିନୀ ତରାଇ, ପୂର୍ବତନ ସରପଞ୍ଚ କୈଳାଶ ସେଠୀ, କାଙ୍ଗାଳି ସେଠୀ, ସମିତି ସଭ୍ୟ ଅଭୟ ସ୍ଵାଇଁ, ନିରଞ୍ଜନ ବାରିକ,ବରିଷ୍ଠ ବିଜେଡ଼ି ନେତା ଧନେଶ୍ଵର ପ୍ରଧାନ,ଚିଣ୍ଟୁ ସ୍ଵାଇଁ ବଣ୍ଟି ପ୍ରଧାନ,ନିରଞ୍ଜନ ସୁନ୍ଦରରାୟ, କୁଳମଣି ମଲ୍ଲିକ୍ ରାକେଶ ବେହେରା, ବାବାଜୀ ମଲ୍ଲିକ, ସମ୍ଵିଦ ଶ୍ରୀଚନ୍ଦନ,ରଞ୍ଜନ କୁମାର ସାହୁ ,ହିମାଂଶୁ ବେହେରା ପ୍ରମୁଖ
ସାମିଲ ହୋଇଥିଲେ।