ମହାନଦୀରେ ବନ୍ୟା ଜଳ ବଢିବାରେ ଲାଗିଛି – ରାଜସ୍ୱ ମନ୍ତ୍ରୀ

0

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଦୁର୍ଦ୍ଦଶା। ହଜାର ହଜାର ଲୋକେ ପାଣି ଘେରରେ। ଏହାକୁ ନେଇ ଶୁକ୍ରବାର ଲୋକ ସେବା ଭବନରେ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବନ୍ୟା ପ୍ରଭାବିତ ଜିଲ୍ଲାପାଳମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତିା ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଏସଆରସି ଉପସ୍ଥିତ ଅଛନ୍ତି। ଏହାସହ ପାଣିପାଗ ବିଜ୍ଞାନ କେନ୍ଦ୍ର, ଜଳସମ୍ପଦ ବିଭାଗ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇ କହିଛନ୍ତି, ଏବେ ମହାନଦୀରେ ୮ ଲକ୍ଷ ୬୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ବର୍ଷା ପାଇଁ ଆଲର୍ଟ ଜାରି ହୋଇଛି। ମହାନଦୀରେ ବନ୍ୟା ଜଳ ବଢିବାରେ ଲାଗିଛି। ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ ରହିଛି। କେବଳ ମହାନଦୀର ଜଳସ୍ତର ବଢୁଛି। ଏବେ ମହାନଦୀରେ ୮ ଲକ୍ଷ ୬୫ ହଜାର କ୍ୟୁସେକ ଜଳ ପ୍ରବାହିତ’। ‘ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକକୁ ଆଲର୍ଟ କରାଯାଇଛି। ଯାଜପୁରରେ ସର୍ବାଧିକ ଘାଇ ହୋଇଛି। ଏବେ ପାଗ ପ୍ରାୟତଃ ଶୁଖିଲା ଅଛି, କାଲି ବି ୨/୩ ଜିଲ୍ଲାରେ ଅଳ୍ପ ବର୍ଷା ହେବ। ତେଣୁ ଆସନ୍ତା ୨୪ ଘଣ୍ଟାରେ ସ୍ଥିତିରେ ଅନେକ ସୁଧାର ଆସିବ। ‘ବନ୍ୟା ପାଣି କମିବା ପର୍ଯ୍ୟନ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ। କ୍ଷୟକ୍ଷତି ରିପୋର୍ଟ ଆସିଲେ ସଙ୍ଗେ ସଙ୍ଗେ କ୍ଷତିପୂରଣ ଦିଆଯିବ। ସରକାରଙ୍କୁ ସହଯୋଗ କରନ୍ତୁ, ବିପଦ ଟଳିଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

ବନ୍ୟାରେ ଏଯାଏଁ ୧୫ଟି ଜିଲାର ୫୭ ବ୍ଲକ ପ୍ରଭାବିତ ହୋଇଛି। ପ୍ରାୟ ୭ ଲକ୍ଷ ଲୋକେ ପ୍ରଭାବିତ ହେଲେଣି। ୫୭ ବ୍ଲକର ୪୪୬ ପଞ୍ଚାୟତ, ୧୩୬୨ ଗାଁ ଓ ୧୧ ପୌରାଞ୍ଚଳ ପ୍ରଭାବିତ ହୋଇଛି। ମୋଟ ୧୫ଟି ଜିଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ୧୫ଟି ବିପଦମୁକ୍ତ ରହିଛନ୍ତି। ଜଳବନ୍ଦୀ ଅବସ୍ଥାରେ ୨ଲକ୍ଷ ୬୮ ହଜାର ୯୪୩ ଜଣ ଅଛନ୍ତି। ୨୧ ହଜାର ୩୮୦ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛନ୍ତି ଓ ୭୦୦ ଘର ଭାଙ୍ଗିଛି। ୬୪୭ ରିଲିଫ ସେଣ୍ଟର ଖୋଲାଯାଇଛି।

ଅନ୍ୟ ପଟେ ବୈତରଣୀ ନଦୀର ଜଳସ୍ତର ପୁଣି ବୃଦ୍ଧି ପାଉଛି। ଆଖୁଆପଦାଠାରେ ୧୭.୭୮ ମିଟର ଉପରେ ପ୍ରବାହିତ ହେଉଛି। ଆଖୁଆପଦାରେ ସତର୍କ ସଂକେତ ୧୭.୮୩ ମିଟର ରହିଛି। ଆଖୁଆପଦାରେ ବିପଦ ସଂକେତ ୧୮.୩୩ ମିଟର ରହିଛି। କାନପୁରଠାରେ ତଳକୁ ଖସିବା ଯୋଗୁଁଁ ଆଖୁଆପଦାଠାରେ ବୃଦ୍ଧି ହେଉଛି। ଖୋର୍ଦ୍ଧା ଜିଲ୍ଲାର ୩ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ପାଣିଘେରରେ ଓରବରସିଂହ, ଡିହଖଳା ଓ ହିରିମୂଳ ରହିଥିବା ବେଳେ ରାଜୁଆ ନଦୀରେ ବନ୍ୟା ଆସିବାରୁ ଯୋଗାଯୋଗ ପ୍ରଭାବିତ ହୋଇଛି।

କାଣି ନଦୀରେ ବନ୍ୟା ଯୋଗୁଁଁ ୧୦ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଗୋବିନ୍ଦପୁର-ମାନପୁର ରାସ୍ତାର ଘୋଷରା ନିକଟରେ ୪ ଫୁଟ୍‌ ଜଳ ପ୍ରବାହିତ ହେଉଛି।

ଏହାମଧ୍ୟରେ ଆଉ ୨ଟି ଗେଟ୍ ଖୋଲିଲା ହୀରାକୁଦ। ଏବେ ମୋଟ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।

Leave A Reply

Your email address will not be published.