ବୌଦ୍ଧ:ବୌଦ୍ଧ ଜିଲ୍ଲାରେ ଏକ ଦୁଃଖଦ ଘଟଣାରେ ଟ୍ରେନ୍ ଧକ୍କାରେ ପ୍ରାୟ ୪୦ଟି ଛେଳିଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣାରେ ବୌଦ୍ଧ ଜିଲ୍ଲାରେ ଘଟିଛି। କାଦୋପଦର ନିକଟସ୍ଥ ରେଳ ବ୍ରିଜ ଅତିକ୍ରମ କରୁଥିବା ବେଳେ ଛେଳିପଲଙ୍କୁ ଟ୍ରେନ୍ ଧକ୍କା ଦେଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ପୁରୁଣା କଟକ–ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ଏହି ଛେଳିପଲଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ ପ୍ରାୟ ୪୦ଟି ଛେଳିଙ୍କ ଜୀବନ ଯାଇଥିଲା।