ସୋମେଶ କୁମାର ଉପାଧ୍ୟାୟ ଭଦ୍ରକର ନୂଆ ଜିଲ୍ଲାପାଳ

0

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସୋମେଶ କୁମାର ଉପାଧ୍ୟାୟଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟ ସରକାର ଏହି ନିଯୁକ୍ତି ସମ୍ପର୍କିତ ଆଦେଶ ଜାରି କରିଛନ୍ତି।ବର୍ତ୍ତମାନର ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୩୧ରେ ଶେଷ ହେବାକୁ ଥିବାରୁ ତାଙ୍କ ସ୍ଥାନରେ ସୋମେଶ କୁମାର ଉପାଧ୍ୟାୟ ଦାୟିତ୍ୱ ଗ୍ରହଣ କରିବେ।

ସୋମେଶ କୁମାର ଉପାଧ୍ୟାୟ ବର୍ତ୍ତମାନ ବୟନ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ଏବଂ କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି।

Leave A Reply

Your email address will not be published.