ଟିଟିଲାଗଡ଼: ଉପରମୁଣ୍ଡରେ ପ୍ରବଳ ବର୍ଷା ନେଇ ଟିଟିଲାଗଡ଼ ବ୍ଲକ ଖୋଲାଣ ଠାରେ ଉନ୍ଦେର ନଦୀ ଗତ ରାତ୍ରୀରେ ଆଡି ବନ୍ଧ ଭାଙ୍ଗି ଗତି ପଥ ବଦଳାଇଛି। ଏନେଇ ଆଖ ପାଖ ଗ୍ରାମର ହଜାର ହଜାର ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଛି। ଏହା ସହ ଟିଟିଲାଗଡ଼ ସିନ୍ଧେକେଲା ମଧ୍ୟରେ ଅନେକ ସ୍ଥାନରେ ନଦୀ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ପାଣି ମାଡି ଆସିବା ନେଇ ଖୋଲାଣ ସମେତ ବିଭିନ୍ନ ଗ୍ରାମ ପାଇଁ ବିପଦ ସୃଷ୍ଟି ହୋଇଛି। ଜଳସମ୍ପଦ ବିଭାଗର ଦୂର ଦୃଷ୍ଟି ଅଭାବରୁ ଅଞ୍ଚଳ ପାଇଁ ଏକ ବଡ଼ ବିପଦ ସୃଷ୍ଟି ହୋଇଛି। ଖୋଲାଣ ଗାଁର ଉଠାଜଳସେଚନ ପଏଣ୍ଟ ଜଳ ଯୋଗାଣ ପ୍ରକଳ୍ପ, ଶିବ ମନ୍ଦିର ପାଣି ଘେରରେ ରହିଛି। ଖୋଲାଣ ସରପଞ୍ଚ ନରେଶ ଅଗ୍ରୱାଲଙ୍କ ତତ୍ୱାବଧାନରେ ଗାଁ ଲୋକେ ରାତ୍ରୀ ସାରା ଭୟରେ ଉଜାଗର ରହିବାକୁ ପଡ଼ିଛି। ସେହିପରି ଲୁଥୁରବନ୍ଧ ପଞ୍ଚାୟତର ଶାଗନାମୁଣ୍ଡା ଗ୍ରାମର ଉଠା ଜଳସେଚନ ପ୍ରକଳ୍ପ ପାଣିରେ ସମ୍ପୂର୍ଣ୍ଣ ବୁଡିଯାଇଛି। ଏଭଳି ବର୍ଷା ବିତ୍ପାତ ନେଇ ଚାଷୀ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି। ବର୍ତ୍ତମାନ ବର୍ଷା ଛାଡିଥିବା ବେଳେ ବ୍ଲକ ଦେଇ ପ୍ରବାହିତ ତେଲ, ଉନ୍ଦେର ଏବଂ ସୁନ୍ଦେର ନଦୀ ଜଳସ୍ତର ବୃଦ୍ଧି ସହ କ୍ଷତି ଘଟାଇ ଚାଲିଛି।
Sign in
Sign in
Recover your password.
A password will be e-mailed to you.