ମାଆ ତୁ ଚଞ୍ଚଳା

ଅର୍ଜୁନୀ ଚରଣ ବେହେରା

ପ୍ରଭାତ ପ୍ରଣତି ଘେନ ମାଆ ତୁ ଚଞ୍ଚଳା l
ଧନ,ଧାନ୍ୟ,ପଡ଼ିଦାତ୍ରୀ ସନ୍ତାନ ବତ୍ସଳା ll
ସାଗର ମନ୍ଥନୁ ମାଆ ହୋଇଲୁ ଉତ୍ପତ୍ତି l
ସାଗର ତନୁଜା ମାତ ବିଷ୍ଣୁଙ୍କର ପତ୍ନୀ ll
କମଳରେ ବାସ ମାତ କମଳ ଆଳୟା l
କମଳା ମା କମଳିନୀ ତୁହି ହରିପ୍ରୀୟା ll
ଅଷ୍ଟ ରୂପେ ଅଷ୍ଟ ଲକ୍ଷ୍ମୀ ଅଷ୍ଟ ସିଦ୍ଧିଦାତ୍ରୀ l
ଜଗତକଲ୍ୟାଣୀ ପଦ୍ମା ତୁହି ଜଗଦ୍ଧାତ୍ରୀ ll
ନାମ ତୋର ଚଞ୍ଚଳା ତୁ ଚଞ୍ଚଳେ ପଳାଉ l
ଧନ,ଜନ,ଗୋପ,ଲକ୍ଷ୍ମୀ ଅସ୍ଥାୟୀ ତୁ କହୁ ll
ଶ୍ରୀ ରୂପେ କରିଲୁ ବାସ ଜଗନ୍ନାଥ ଧାମେ l
ଶ୍ରୀମନ୍ଦିର ଜଗବନ୍ଧୁ ବାସ ତୋର ନାମେ ll
ପାଚିକା ତୁ ଶ୍ରୀମନ୍ଦିରେ ସୁନା ଚଟୁ ଧରି l
ରନ୍ଧା ପ୍ରାସାଦକୁ ପାଇ ପ୍ରାଣୀ ଯାନ୍ତି ତରି ll
ଜୟ ଜୟ ମହାଲକ୍ଷ୍ମୀ ଜୟ ଦୟାମୟୀ l
ଦୟା ରଖି ଥିବୁ ମାତ ଦୟିନୀ ଜଣାଇ ll
🙏🙏🙏
ଅର୍ଜୁନୀ
————–
ମୋ -7693091971

Comments are closed.